ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀ ଗିରଫ

0
331
noidas-srikant-tyagi-arrested-by up-police

ଲକ୍ଷ୍ନୌ: ଶେଷରେ ଗିରଫ ହେଲେ ଫେରାର ବିଜେପି ନେତା। ମହିଳାଙ୍କୁ ଗାଳିଗୁଲଜ କରିଥିବା ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କଲା ପୁଲିସ। ନଏଡାର ଗ୍ରାଣ୍ଡ ଓମ୍ୟାକ୍ସ କଲନୀରେ ଜଣେ ମହିଳାଙ୍କୁ ଗାଳିଗୁଲଜ ସହ ଅଭଦ୍ରାମି କରିଥିବା ନେଇ ତ୍ୟାଗୀଙ୍କ ବିରୋଧରେ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଥିଲା। ଏହାପରଠାରୁ ଉକ୍ତ ଗାଲିବାଜ୍‌ ନେତା ଫେରର୍‌ ଥିଲେ। ନଏଡାରେ ଅସ୍ଥାୟୀ ନିର୍ମାଣ ନେଇ ଜଣେ ମହିଳାଙ୍କ ସହ ବଚସା ହେବା ସହିତ ତାଙ୍କୁ ପାଲଟା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଭିଡ଼ିଓ ଭାଇରାଲ ହେବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏଥିରେ ସମ୍ପୃକ୍ତି ନେଇ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଫେରାର ହୋଇଯାଇଥିଲେ ଶ୍ରୀକାନ୍ତ ।

ସୂଚନା ଅନୁସାରେ, ବିଜେପି କର୍ମୀ ଶ୍ରୀକାନ୍ତ ତ୍ୟାଗୀ ନିଜ ଫ୍ଲାଟ ସାମନାରେ କିଛି ଅଂଶ ବଳପୂର୍ବକ ଦଖଲ କରି ଅସ୍ଥାୟୀ ନିର୍ମାଣ କରିଥିଲେ । ସୋସାଇଟିରେ ଜଣେ ମହିଳାଙ୍କ ଗଛ ଲଗାଇବାକୁ ନେଇ ଶ୍ରୀକାନ୍ତ ତ୍ୟାଗୀ ତାଙ୍କ ସହ ଅଭଦ୍ରାମି କରିଥିଲେ। ନିଜକୁ ଦବଙ୍ଗ ନେତା କହୁଥିବା ଏହି ନେତା ସେହି ମହିଳାଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ। ଏଥିସହ ମାରପିଟ୍‌ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ଯାହାକୁ ନେଇ ଏହି ତୁମୁଳ କାଣ୍ଡ ଘଟିଥିବା ବେଳେ ଘଟଣା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ଗୃହ ବିଭାଗଠାରୁ ରିପୋର୍ଟ ମାଗିଥିଲେ । ତା ସହିତ ତାଙ୍କ ନାଁରେ ଏକ ମାମଲା ରୁଜୁ ମଧ୍ୟ କରାଯାଇଥିଲା ।

Also Read  Panchayat Polls: PM Narendra Modi thanks Odisha people for supporting BJP in elections