ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହାୟକ କୃଷି ଅଧିକାରୀ

0
258
Odisha Vigilance Raid

ବରଗଡ଼: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ । ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରଗଡ଼ ପାଇକମାଳ ସହାୟକ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ । ପାଇକମାଲ ବସଷ୍ଟାଣ୍ଡରେ ସେ ଲାଞ୍ଚ ଗ୍ରହଣ କରୁଥିବା ବେଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା କୁହାଯାଉଛି। ଏହାପରେ ଭିଜିଲାନ୍ସ ପକ୍ଷରୁ ପ୍ରଣୟ କୁମାର ମନ୍ତ୍ରୀଙ୍କ ଭୁବନେଶ୍ୱରର ଶୈଳଶ୍ରୀ ବିହାରରେ ଥିବା ବାସଭବନ, କଟକ ଜିଲ୍ଲାର ତିଗିରିଆରେ ପୈତୃକ ଘର, ଅଫିସ୍ ଏବଂ ବରଗଡର ପାଇକମାଲରେ କ୍ୱାର୍ଟରରେ ଏକକାଳୀନ ଚଢ଼ାଉ କରାଯାଇଥିଲା।

Also Read  ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ