ପେଟିଏମ୍ ୟୁଜର୍ସଙ୍କୁ ଝଟକା: ଫୋନ୍ ପେ’ ପରେ ଏଥର ପେଟିଏମ୍ ନେବ ମୋବାଇଲ୍ ରିଚାର୍ଜରେ ଅତିରିକ୍ତ ଚାର୍ଜ

0
75
now Paytm Starts Taking Surcharge on Mobile Recharges

ପେଟିଏମ୍ ୟୁଜର୍ସଙ୍କୁ ଲାଗିଛି ବଡ ଝଟକା । ଏଣିକି ପେଟିଏମରୁ ମୋବାଇଲ୍ ରିଚାର୍ଜ କରିବା ହୋଇଛି ମହଙ୍ଗା । ଫୋନ୍ ପେ’ ପରି ପେଟିଏମ୍ ନେବ ମୋବାଇଲ୍ ରିଚାର୍ଜରେ ଅତିରିକ୍ତ ଚାର୍ଜ । ଯଦି ଆପଣ ପେଟିଏମ୍ ଆକାଉଣ୍ଟରୁ ମୋବାଇଲ୍ ରିଚାର୍ଜ କରୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ସରଚାର୍ଜ ଫି ଦେବାକୁ ପଡିବ । ପୂର୍ବରୁ ପେଟିଏମ୍ ଆପରୁ ମୋବାଇଲ ରିଚାର୍ଜ କଲେ ୟୁଜର୍ସଙ୍କୁ କୌଣସି ଫି ଦେବାକୁ ପଡୁନଥିଲା, ହେଲେ ଏବେ ୟୁଜର୍ସଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡିବ ।

ତେବେ ପେଟିଏମ୍ ରେ ୧୦୦ ଟଙ୍କାରୁ ଅଧିକ ରିଚାର୍ଜ କଲେ, ଗ୍ରାହକମାନଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡିବ । ଯାହାର ପରିମାଣ ୧ଟଙ୍କାରୁ ଆରମ୍ଭ କରି ୬ଟଙ୍କା ପର୍ଯ୍ୟନ୍ତ ରହିପାରେ ବୋଲି ଜଣାପଡିଛି । ପେଟିଏମ୍ ନିଜର ରାଜସ୍ୱ ବଢାଇବା ପାଇଁ ୟୁଜର୍ସଙ୍କଠାରୁ ଏହି ସରଚାର୍ଜ ଆଦାୟ କରୁଛି । ଏହାପୂର୍ବରୁ ଠିକ୍ ଏହିଭଳି ଢଙ୍ଗରେ ଫୋନ୍-ପେ ଗ୍ରାହକଙ୍କଠାରୁ ଅତିରିକ୍ତ ଚାର୍ଜ ଆଦାୟ ଆରମ୍ଭ କରିଥିଲା । ଅନେକ ୟୁଜର୍ସ ଏହାକୁ ନାପସନ୍ଦ କରିବା ସହିତ ଡିଜିଟାଲ ପେମେଣ୍ଟ ଦ୍ୱାରା କାହିଁକି ଅତିରିକ୍ତ ଚାର୍ଜ ଦେବାକୁ ପଡିବ ବୋଲି ପ୍ରଶ୍ନ କରିଥିଲେ ।

Also Read  ନିଯୁକ୍ତି କ୍ଷେତ୍ରରେ ବିରଳ ଘଟଣା: ମାତ୍ର ୧୦ ମାସର ଶିଶୁକୁ ରେଲୱେ ଚାକିରି

LEAVE A REPLY

Please enter your comment!
Please enter your name here