ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା ମୋହର

0
347
odisha-cabinet-approves-17-proposals

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ନୀତି-୨୦୨୨ ସମେତ ୧୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଗୃହରେ ଅବଗତ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । କ୍ୟାବିନେଟ୍ ନିଷ୍ପତ୍ତି ନେଇ ଅବଗତ କଲେ ନିରଞ୍ଜନ ପୂଜାରୀ । ରାଜ୍ୟବାସୀଙ୍କ ଜୀବନଧାରଣର ମାନରେ ଉନ୍ନତି ପାଇଁ ଡିଜିଟାଲ ବ୍ୟବହାରକୁ ଅଗ୍ରାଧିକାର ଦିଆଯିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶାରେ ‘ସୂଚନା ଓ ପ୍ରଯୁକ୍ତି ବିଦ୍ୟା ନୀତି-୨୦୨୨’ (ଆଇଟି ପଲିସି-୨୦୨୨) ଲାଗୁ କରିବେ । ଆଜି ରାଜ୍ୟ କ୍ୟାବିନେଟ୍ ଏ ନୂଆ ଆଇଟି ନୀତିକୁ ଅନୁମୋଦନ କରଛି ।

ଏହା ସହିତ ରାୟଗଡା କାଶୀପୁରରେ ବୃହତ ପାନୀୟ ଜଳ ପ୍ରକଳ୍ପ ହେବ । ଆଇଟି ପଲିସି ୨୦୨୨କୁ ବ୍ୟାବିନେଟ୍ ମୋହର ଲାଗିଛି । ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଯେଗାଇଛନ୍ତି ସରକାର । ଖୋର୍ଦ୍ଧା ବରୁଣେଇରେ ୯.୬୮ ଏକର ଜମି ଦିଆଯାଇଛି । ୩୧ କୋଟି ୯୭ ଲକ୍ଷ ମଧ୍ୟ ଛାଡ କରାଯାଇଛି। କ୍ୟାବିନେଟ ବୈଠକ ନିଷ୍ପତ୍ତି ବାବଦରେ ଗୃହରେ ସୂଚନା ଦେଲେ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ରାୟଗଡା ଜିଲ୍ଲାରେ ୩ଟି ଗ୍ରାମ୍ୟ ପାନୀୟ ଜଳ ଯୋଗଣ ପ୍ରକଳ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଉକ୍ତ ପ୍ରକଳ୍ପ ଦ୍ୱାରା ରାୟଗଡାର ୨ଟି ବ୍ଲକ ଅଧୀନରେ ଥିବା ୧୫ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୨୯ଟି ଗ୍ରାମରେ ବସବାସ କରୁଥିବା ପ୍ରୟ ୩୫ ହଜାର ୪୦୪ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ତନ୍ମଧ୍ୟରୁ ରମନଗୁଡା ବ୍ଲକ ଅଧୀନରେ ଥିବା ୭ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୫୮ ଟି ଗ୍ରାମର ପ୍ରାୟ ୧୬ହଜାର ୩୨ ଜଣ ଓ କୋଇନରା ବ୍ଲକ ଅଧୀନରେ ଥିବା ୮ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୭୧ ଟି ଗ୍ରାମର ପ୍ରାୟ ୧୯ ହଜାର ୩୭୨ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହୋଇପାରିବେ ।

ସେହିପରି ରାଜ୍ୟ ସରକାର ଅବଢା ପରିଯୋଜନା ମାଧ୍ୟମରେ ଐତିହ୍ୟ ସମ୍ପନ୍ନ ସହର ପୁରୀ ଠାରେ ପର୍ଯ୍ୟଟକ ତଥା ପରିଦର୍ଶନମାନଙ୍କ ପାଇଁ ସ୍ପଳ୍ପ ମୂଲ୍ୟର ବୋର୍ଡିଂ ଏବଂ ରହଣି ସୁବିଧା, ବିଶେଷ ଭାବରେ ବରିଷ୍ଠ ନାଗରିକଙ୍କ ମୌଳିକ ସୁବିଧା ଉପଲବ୍ଧ ପାଇଁ ବାସେଳୀସାହି ଧର୍ମଶାଳା ପ୍ରକଳ୍ପକୁ କାର୍ଯ୍ୟାନ୍ୱୟନ କରାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୧୩୫ କୋଟି ୬୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । ଏହି କାର୍ଯ୍ୟ ୨୪ ମାସ ମଧ୍ୟରେ ସମ୍ପର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Also Read  Extreme cold wave condition hits Odisha: disrupts normal life

ସୌରଶକ୍ତି ପ୍ଲାଣ୍ଟ ପାଇଁ ସର୍ବାଧିକ ୨୫ ଲକ୍ଷ ଟଙ୍କା ରାଜ୍ୟ ସରକାର ଭରଣା କରିବେ । ଗ୍ରୀନଫିଲଡ ଆଇଟି ପାର୍କ କ୍ଷେତ୍ରରେ ସରକାର ଶତ ପ୍ରତିଶତ ଷ୍ଟାମ୍ପଡ୍ୟୁଟି ସହ ରେଜିଷ୍ଟ୍ରେସନ ଫି ଓ ଜମିର କିସମ ପରିବର୍ତ୍ତନ ଫି ଛାଡ଼ କରିବାକୁ ନିଷ୍ପତି ନେଇଛନ୍ତି । ଏହାଛଡ଼ା ଆଇଟି ପଲିସିରେ ପୁଞ୍ଜି ନିବେଶ ରିହାତି ବାବଦକୁ ୩ କୋଟି ଯାଏ ପାଣ୍ଠି ଯୋଗାଇଦେବେ । ୫% ସୁଧ ଛାଡ଼,୩ ବର୍ଷ ଯାଏ ବିଜୁଳି ଶୁଳ୍କର ୩୦% (ୟୁନିଟ ପିଛା ସର୍ବାଧିକ ୩୫ ଲକ୍ଷ) ଛାଡ଼ କରିବାକୁ ବ୍ୟବସ୍ଥା କରାଯାଇଛି । ଆଇଟି ପଲିସିରେ ଅଧିକ ନିବେଶକ କିଭଳି ଆକର୍ଷିତ ହେବେବ ତାକୁ ଧ୍ୟାନରେ ରଖି ସେଣ୍ଟର ଅଫ ଏକ୍ସେଲନ୍ସି ପାଇଁ ସହାୟତା, ଜମି ଲିଜ କିମ୍ବା କିଣାବିକାରେ ଷ୍ଟାମ୍ପଡ୍ୟୁଟି ଓ କିସମ ବଦଳ ଫି ଛାଡ଼ ସୁବିଧା ରଖାଯାଇଛି ।

ରାଜ୍ୟ ସରକାର ଦାଦନପ୍ରବଣ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ୨୦ ବ୍ଲକରେ ଦାଦନ ସମସ୍ୟା ଦୂରେଇବାକୁ ରାଜ୍ୟ ସରକାର ଏ ଅଞ୍ଚଳରେ ବର୍ଷକୁ ଅଧିକ ୨୦୦ ଦିନର କାମ ଯୋଗାଇଦେବେ । କ୍ୟାବିନେଟ୍ ଏହାକୂ ଅନୁମୋଦନ କରିଛି ।

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ‘JJM- ଜଳ ଜୀବନ ମିଶନ’କୁ କ୍ୟାବିନେଟ୍‌ ମଞ୍ଜୁରୀ ମିିଳିଛି। ୨୪ ମାସ ମଧ୍ୟ କାମ ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିଭଳି ଓଡିଶା ଡିପ୍ଳୋମା ଯାନ୍ତ୍ରିକ ସେବା( ନିଯୁକ୍ତ ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନୟମାବଳୀ-୨୦୧୨ ରୁ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।