ପୌର ନିର୍ବାଚନ: ଅଧା ରାଜଧାନୀ ଦେଲେନି ଭୋଟ, ଜାଣନ୍ତୁ କେଉଁଠି ହେଲା କେତେ ପ୍ରତିଶତ ଭୋଟିଂ

0
317
odisha-municipality-election-details

ଭୁବନେଶ୍ବର: ଶେଷ ହେଲା ପୌର ନିର୍ବାଚନ ପାଇଁ ମତଦାନ । ମତଦାନ ସାବ୍ୟସ୍ତ କରିଛନ୍ତି ସହରୀ ଭୋଟର। ହେଲେ ଆଶ୍ଚର୍ଯ୍ୟର କଥା ପଞ୍ଚାୟତ ଅପେକ୍ଷା କମିଛି ପୌର ନିର୍ବାଚନ ଭୋଟ ପ୍ରତିଶତ । ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏଏନସିରେ ମୋଟ ୬୫% ମତଦାନ ହୋଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମରେ ୪୭% ଓ କଟକରେ ୬୫% ମତଦାନ ହୋଇଛି । ପଞ୍ଚାୟତ ନିର୍ବାଚନରେ ରାଜ୍ୟର ପଛୁଆ ଅଞ୍ଚଳରେ ହୋଇଥିବା ଭୋଟିଂ ଟ୍ରେଣ୍ଡ ତୁଳନାରେ ରାଜଧାନୀ ଭୁବନେଶ୍ୱରରେ କମ ମତଦାନ ହୋଇଛି । ଯେଉଁ ସ୍ଥାନରେ ସବୁଠାରୁ ଅଧିକ ଶିକ୍ଷିତ ଭୋଟର ସବୁ ପ୍ରସଙ୍ଗରେ ନିଜ ମତ ରଖିଥାନ୍ତି ସେଠାରେ ଭୋଟିଂ କମ୍ ହେବା ଚିନ୍ତା ବଢାଉଛି । ରାଜଧାନୀ ଭୁବନେଶ୍ୱର ମହାନଗର ନିଗମରେ ମାତ୍ର ୫୦% ମତଦାନ ହୋଇଛି । ଅର୍ଥାତ ଭୋଟ୍ ଦେଇନାହାନ୍ତି ଅଧା ଭୁବନେଶ୍ୱର ।

ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସୂଚନାନୁସାରେ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭୋଟିଂ ହୋଇଛି। ଅଳ୍ପ କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଛି ଏଥି ସହିତ କିଛି ବୁଥରେ ଇଭିଏମ୍‌ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି। ମୋଟ ୧୦୬ ବିଜ୍ଞାପିତ ଅଞ୍ଚଳ ପରିଷଦ (୫୯) (ଏନ୍‌ଏସି) ଓ ପୌର ପରିଷଦ (୪୭)ରେ ହାରାହାରି ୬୫ ପ୍ରତିଶତ ମତଦାନ ହୋଇଛି।

ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ୧୫ଟି ଜିଲ୍ଲାର ମୋଟ ୭୦ଟି ୱାର୍ଡରେ କାଉନସିଲର ପ୍ରାର୍ଥୀ ଓ ବ୍ରହ୍ମପୁର ମହାନଗର ନିଗମର ୩ଟି ୱାର୍ଡରେ କର୍ପୋରେଟର ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏହି ମୋଟ ୭୩ଟି ୱାର୍ଡରୁ ଗୋଟିଏ ଲେଖାଏଁ ଆସନ ବିଜେପି ଓ କଂଗ୍ରେସକୁ ଯାଇଥିବାବେଳେ ଦୁଇଟି ସ୍ୱାଧୀନ ଓ ବାକି ୬୯ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଆଜି ରାଜ୍ୟର ୪୭ଟି ପୌର ପରିଷଦ ଓ ୫୯ଟି ଏନଏସି ଏବଂ ୩ଟି ମହାନଗର ନିଗମର ମୋଟ ୧୮୨୫ଟି ୱାର୍ଡର ୪୩୬୦ଟି ବୁଥରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନରେ ମୋଟ ୪୦.୫୫ଲକ୍ଷରୁ ଅଧିକ ଭୋଟର ଥିବାବେଳେ ସଂନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୫ ପ୍ରତିଶତ ମତଦାନ ହୋଇଛି ।

Also Read  ଶପଥ ନେଲେ ନବୀନଙ୍କ ମନ୍ତ୍ରିମଣ୍ଡଳର ନୂଆ ଟିମ, ଲୋକସେବା ଭବନରେ ୧୩ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ

LEAVE A REPLY

Please enter your comment!
Please enter your name here