ରାଜ୍ୟରେ ସାମାନ୍ୟ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୭୨ ଜଣ ପଜିଟିଭ

0
280
Odisha Reports 872 New Covid Cases in last 24 hours
Odisha Reports 506 New Covid Cases in last 24 hours

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ଦୈନିକ ସଂକ୍ରମଣ ଗ୍ରାଫ୍ ହଜାର ଉପରେ ରହୁଥିବା ବେଳେ ଆଜି ସାମାନ୍ୟ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୮୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ସଙ୍ଗରୋଧରୁ ୫୧୨ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୩୬୦। ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୧୨୩ ଆକ୍ରାନ୍ତ ଅଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଆଜି ରାଜ୍ୟର ୨୮ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୨ ଜଣ, ସୁନ୍ଦରଗଡ଼ରୁ ୧୪୪ ଜଣ, କଟକରୁ ୯୬ ଜଣ,ମୟୂରଭଞ୍ଜରୁ ୫୯ ଜଣ, ସୋନପୁରରୁ ୨୬ ଜଣ, ସମ୍ବଲପୁରରୁ ୨୩ ଜଣ, ପୁରୀରୁ ୧୯ ଜଣ, ଜଗତସିଂହପୁରରୁ ୧୬ ଜଣ,ଯାଜପୁର, ଝାରସୁଗୁଡ଼ା ଓ କୋରାପୁଟ ଜିଲ୍ଲାରୁ ୧୨ ଜଣ ଲେଖାଁଏ, ବୌଦ୍ଧରୁ ୧୧ ଜଣ, ବରଗଡ଼ରୁ ୯ ଜଣ, ବାଲେଶ୍ବରର, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ ଲେଖାଁଏ, ନୂଆପଡ଼ାରୁ ୭ ଜଣ,କଳାହାଣ୍ଡିଓ କନ୍ଧମାଳ ଜିଲ୍ଲାରୁ ୫ ଜଣ ଲେଖାଁଏ, ଭଦ୍ରକରୁ ୬ ଜଣ, ଅନୁଗୁଳରୁ ୪ ଜଣ, ଗଜପତିରୁ ୩ ଜଣ, ଦେବଗଡ଼ରୁ ୨ ଜଣ, ଢ଼େଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ ପୁଲ୍ରୁ ୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Also Read  BJP, Congress promise to waive farm loans in Odisha