କାଲିଠୁ ଗ୍ରାମାଞ୍ଚଳ ନେତାଙ୍କର ଆରମ୍ଭ ହେଉଛି ପରୋକ୍ଷ ନିର୍ବାଚନ; ୧୨ରେ ବ୍ଲକ ଅଧ୍ୟକ୍ଷ ଓ ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ

0
271
panchayat-and-block-level-leader-election-begins-from tomorrow

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ପରୋକ୍ଷ ନିର୍ବାଚନ । ଆସନ୍ତାକାଲି ନାଏବ ସରପଞ୍ଚ ପାଇଁ ନିର୍ବାଚନ ହେବାକୁ ଥିବାବେଳେ, ୧୨ ତାରିଖରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଏବଂ ୧୩ ତାରିଖରେ ହେବ ଜିଲ୍ଲା ପରିଷଦ ସଭାପତି ପାଇଁ ନିର୍ବାଚନ । ଯେଉଁ ପଞ୍ଚାୟତରେ ସରପଞ୍ଚ ଓ ଅଧାରୁ ଅଧିକ ୱାର୍ଡ ମେମ୍ବର ନିର୍ବାଚିତ ହୋଇଛନ୍ତି ସେଠାରେ ହେବ ନାଏବ ସରପଞ୍ଚ ନିର୍ବାଚନ । ଏହି ନିର୍ବାଚନ ପ୍ରକ୍ରିୟାରେ କୋରମର ବ୍ୟବସ୍ଥା ଅଛି । ନାଏବ ସରପଞ୍ଚ ପାଇଁ ସକାଳ ୧୦ଟାରୁ ୧୧ଟା ଭିତରେ ପ୍ରାର୍ଥିପତ୍ର ଦାଖଲ ହେବ । ସରପଞ୍ଚ ପୁରୁଷ ହୋଇଥିଲେ ନାଏବ ସରପଞ୍ଚ ମହିଳା ହେବେ । ସରପଞ୍ଚ ମହିଳା ଥିଲେ ନାଏବ ସରପଞ୍ଚ ରହି ପାରିବେ ମହିଳା । ବ୍ଲକ ଅଧ୍ୟକ୍ଷ ପାଇଁ ପ୍ରାର୍ଥିପତ୍ର ୧୦ଟା ୩୦ରୁ ୧୧ଟା ୩୦ ଭିତରେ ଦାଖଲ କରିବେ । ୧୧ଟା ୩୦ରୁ ୧୨ଟା ୩୦ ଭିତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ । ୧୨ଟା ୩୦ ପରେ ହେବ ଭୋଟ୍‌ । ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ବେଳେ ଏଥର ଦଳ ବଦଳ ନିରୋଧ ଆଇନ ଲାଗୁ ହେବ ।

ତେବେ ସବୁ ଦଳର ନଜର ରହିଛି ବ୍ଲକ ଅଧ୍ୟକ୍ଷ ପଦ ଉପରେ । ବ୍ଲକ କାହା ଦଖଲକୁ ଯିବ ? କିଏ ହେବେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ତାକୁ ନେଇ ବିଧାୟକମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି । ୩୧୪ ବ୍ଲକରୁ ବିଜେଡି ସର୍ବାଧିକ ବ୍ଲକ ଦଖଲ କରିବ ବୋଲି କହିଛି । ପଞ୍ଚାୟତ ନିର୍ବାଚନରେ ଧୂଳି ଚାଟିଥିବା ବିରୋଧୀ ବିଜେପି ଓ କଂଗ୍ରେସ କିଛି ଜାଗାରେ ବ୍ଲକ ଦଖଲ କରିବାକୁ ଅଣ୍ଟା ଭିଡ଼ିଛନ୍ତି ।

Also Read  ଧୋଇଗଲା ଶୀତ ଅଧିବେଶନ : ଅଧାରୁ ବନ୍ଦ ହୋଇଗଲା

LEAVE A REPLY

Please enter your comment!
Please enter your name here