ଆସନ୍ତା ୮ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ

0
351
plus-2-result

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ । ସେହି ଦିନ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ। ଯୁକ୍ତ ଦୁଇ କଳା ସହ ଧନ୍ଦାମୂଳକ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇବ ପରୀକ୍ଷା ଫଳ । ଏହାଛଡ଼ା ପରୀକ୍ଷା ଫଳ idisharedults.nic.inରେ ଉପଲବ୍ଧ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି । ରେଜଲ୍ଟ ଉନ୍ମୋଚନ ପରେ ଛାତ୍ରଛାତ୍ରୀମାନେ www.orissaresults.in ୱେବସାଇଟ୍‌ରେ ନିଜର ରୋଲ୍‌ ନମ୍ବର ଓ ଆବଶ୍ୟକୀୟ ତଥ୍ୟ ଦେଇ ପରୀକ୍ଷା ଫଳ ଜାଣିପାରିବେ । ପୂର୍ବରୁ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଥିବା ବେଳେ ଛାତ୍ରଙ୍କ ଠାରୁ ଛାତ୍ରୀ ଭଲ ରେଜଲ୍ଟ କରିଥିଲେ। କଳାରେ ଛାତ୍ରମାନେ ଭଲ ମାର୍କ ରଖିବେ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଚଳିତବର୍ଷ ରାଜ୍ୟରେ କଳାରେ ୨ଲକ୍ଷ ୧୩ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ଜଣ ପରୀକ୍ଷା ଦେଇଥିଲେ । ଚଳିତବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇପ୍ରକାରର ମୂଲ୍ୟାୟନ ପଦ୍ଧତି ଗ୍ରହଣ କରାଯାଇଛି। ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥରେ ପିଲାଙ୍କ ମାର୍କ ଅଧିକ ହେବ ତାହାକୁ ସମ୍ପୃକ୍ତ ବିଷୟର ଚୂଡ଼ାନ୍ତ ମାର୍କ ଭାବେ ବିଚାର କରାଯିବ।

Also Read  Bus Accident in Angul, Odisha; more than 20 injured 4 critical