ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ

0
159

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ବୁଧବାର ନିଜେ ପ୍ରିୟଙ୍କା ଏ ସଂପର୍କରେ ସାମାଜିକ ଗଣମାଧ୍ୟମ ଟ୍ବିଟର୍‌ରେ ଏକ ବାର୍ତ୍ତା ଛାଡ଼ି ସୂଚନା ଦେବା ସହ ଗତ ୩ ମାସ ମଧ୍ୟରେ ଦ୍ବିତୀୟଥର ପାଇଁ କରୋନା ସଂକ୍ରମିତ ହୋଇଥିବା ଲେଖିଛନ୍ତି । ପୁନର୍ବାର କରୋନା ସଂକ୍ରମିତ ହୋଇଥିବାରୁ ସେ ସଙ୍ଗରୋଧରେ ରହିବା ସହ ସମସ୍ତ ନିୟମ ପାଳନ କରୁଥିବା ପ୍ରିୟଙ୍କା ଦର୍ଶାଇଛନ୍ତି ।

ବୁଧବାର ସକାଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଗୋଟିଏ ଦିନରେ ୧୬,୦୪୭ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ କରୋନା ସଂକ୍ରମିତ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ଛାଡ଼ି ସୂଚନା ଦେଇଥିଲେ।

Also Read  ସାଙ୍ଗମାନଙ୍କ ସହ ମିଶି ସ୍ତ୍ରୀକୁ ଦୁଷ୍କର୍ମ : ପ୍ରାଇଭେଟ୍ ପାର୍ଟରେ ସିଗାରେଟ ଚେଙ୍କ

LEAVE A REPLY

Please enter your comment!
Please enter your name here