ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ

0
127

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ବୁଧବାର ନିଜେ ପ୍ରିୟଙ୍କା ଏ ସଂପର୍କରେ ସାମାଜିକ ଗଣମାଧ୍ୟମ ଟ୍ବିଟର୍‌ରେ ଏକ ବାର୍ତ୍ତା ଛାଡ଼ି ସୂଚନା ଦେବା ସହ ଗତ ୩ ମାସ ମଧ୍ୟରେ ଦ୍ବିତୀୟଥର ପାଇଁ କରୋନା ସଂକ୍ରମିତ ହୋଇଥିବା ଲେଖିଛନ୍ତି । ପୁନର୍ବାର କରୋନା ସଂକ୍ରମିତ ହୋଇଥିବାରୁ ସେ ସଙ୍ଗରୋଧରେ ରହିବା ସହ ସମସ୍ତ ନିୟମ ପାଳନ କରୁଥିବା ପ୍ରିୟଙ୍କା ଦର୍ଶାଇଛନ୍ତି ।

ବୁଧବାର ସକାଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଗୋଟିଏ ଦିନରେ ୧୬,୦୪୭ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ କରୋନା ସଂକ୍ରମିତ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ଛାଡ଼ି ସୂଚନା ଦେଇଥିଲେ।

Also Read  ଇଡିରେ ହଜାର ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here