ରାଜ୍ୟରେ ଚାଷୀଙ୍କ ଜୋରଦାର ଆନ୍ଦୋଳନ, ବିମାନ ଧରି ଦିଲ୍ଲୀ ଆସିଲେ ମାନ୍

0
133

ଚଣ୍ଡିଗଡ: କ୍ଷମତାକୁ ଆସିବା ପୂର୍ବରୁ ଭଗଓ୍ୱନ୍ତ ମାନ୍ ଯେଉଁ ପ୍ରତିଶ୍ରୁତି ଚାଷୀଙ୍କୁ ଦେଇଥିଲେ ତାହା ସେ ପାଳନ କରିନାହାନ୍ତି । ଏପରି ଅଭିଯୋଗ ଆଣି ପଞ୍ଜାବରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଙ୍ଗଳବାର ବିଭିନ୍ନ କୃଷକ ସଂଗଠନର ନେତାମାନେ ଚଣ୍ଡିଗଡ଼ ଅଭିମୁଖେ ପଦଯାତ୍ରା କରି ଆପ୍ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବା ସଂଗଠନ ଅଭିଯୋଗ କରିଛି। ତେବେ ରାଜ୍ୟରେ ଏହି ଘଟଣାକ୍ରମ ଚାଲିଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଆସିଥିବା ସୂଚନା ରହିଛି।

ଚାଷୀଙ୍କ କହିବାନୁସାରେ, ସେମାନେ ଗହମ ଉପରେ 500 ଟଙ୍କା ବୋନସ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଏଥିରେ ସହମତି ପ୍ରକାଶ କରିଥିଲେ ମଧ୍ୟ ଏଯାଏଁ କୌଣସି ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି। ସେ କହିଛନ୍ତି,”ଆମର ଦାବି ହେଉଛି ବସୁମତି, ମୁଗ ଆଦିର ଏମ୍ଏସପି ଘୋଷଣା କରାଯାଉ। ସେହିପରି ପ୍ରି-ପେଡ୍ ମିଟର ଲଗାଇବା ଅନୁଚିତ୍। ଦାବି ପୂରଣ ନହେବା ଯାଏ ଆମେ ଚଣ୍ଡିଗଡ଼ରେ ଦିଲ୍ଲୀ ଭଳି ଆନ୍ଦୋଳନ କରିବୁ ବୋଲି ସେମାନେ କହିଛନ୍ତି।

ତେବେ ଚାଷୀଙ୍କୁ ପୁଲିସ ଅଟକାଇଥିଲା। ପଞ୍ଜାବ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ସକାଳେ 23ଟି କୃଷକ ସଂଗଠନର ନେତାମାନେ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନଙ୍କୁ ଭେଟିଥିଲେ। ସେମାନଙ୍କ ଦାବି ମଧ୍ୟରେ ରହିଛି 500 ଟଙ୍କା ବୋନସ୍, ଗହମ ରପ୍ତାନି ଉପରେ ଲଗାଯାଇଥିବା କଟକଣା ପ୍ରତ୍ୟାହାର, 24 ଘଣ୍ଟିଆ ବିଜୁଳି ଯୋଗାଣ, 23ଟି ଫସଲ ଉପରେ ଏମ୍ଏସପି ଘୋଷଣା ଆଦି।

ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନଙ୍କ ସରକାରୀ ବାସଭବନକୁ କୃଷକ ସଂଗଠନକୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ଖବର ଅନୁୟାୟୀ ସେମାନଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ।

କଂଗ୍ରେସ ନେତା ସୁଖପାଲ ସିଂହ ଖଇରା କହିଛନ୍ତି ଯେ ଚାଷୀଙ୍କ ସମସ୍ୟାକୁ ବିଚାରକୁ ନ ନେଇ ଭଗଓ୍ୱନ୍ତ ମାନ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲେ। କୃଷକଙ୍କ ଅପେକ୍ଷା ମାନ କେଜ୍ରିଓ୍ୱାଲଙ୍କ ପାଇଁ ଅଧିକ ଚିନ୍ତିତ ବୋଲି ସେ କହିଛନ୍ତି। ଦିଲ୍ଲୀର ଆମ୍ ଆଦମୀ ପାର୍ଟି କେବଳ ରାଜନୈତିକ ଫାଇଦା ହାସଲ କରିବା ପାଇଁ କୃଷକ ଆନ୍ଦୋଳନକୁ ସମର୍ଥନ କରିଥିଲା ବୋଲି ସେ କହିଛନ୍ତି।

Also Read  ୮ରେ ବାତ୍ୟା, ୧୦ରେ ଛୁଇଁବ ଉପକୂଳ ! ଆନ୍ଧ୍ର-ଓଡ଼ିଶା ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା

LEAVE A REPLY

Please enter your comment!
Please enter your name here