ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଅପମାନଜନକ ଟିପ୍ପଣୀ ଦେବା ପଡିଲା ମହଙ୍ଗା; ରାମଗୋପାଳଙ୍କ ବିରୋଧରେ ଏତଲା

0
375
ram-gopal-verma-in-controversy-for-insulting-draupadi-murmu

ନୂଆଦିଲ୍ଲୀ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବୁଧବାର ଫିଲ୍ମ ନିର୍ଦେଶକ ରାମ ଗୋପାଳ ବର୍ମା ଏକ ଟ୍ୱିଟ କରିଥିଲେ । ଯାହାକୁ ନେଇ ବିବାଦ ଦେଖା ଦେଖାଦେଇଛି । ହାଇଦ୍ରାବାଦ ପୋଲିସ ଶୁକ୍ରବାର କହିଛି, ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ପାଇଁ ଫିଲ୍ମ ନିର୍ଦେଶକ ରାମ ଗୋପାଳ ବର୍ମାଙ୍କ ବିରୋଧରେ ଖୁବଶୀଘ୍ର ଏକ ଅପରାଧିକ ମାମଲା ରୁଜୁ କରାଯିବ ।

ତେଲେଙ୍ଗାନା ବିଜେପିର ବରିଷ୍ଠ ନେତା ଜୀ ନାରାୟଣ ରେଡ୍ଡୀ ପୋଲିସ ଥାନାରେ ରାମଗୋପାଳଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଦର୍ଶାଯାଇଛି ଯେ, ରାମ ଗୋପାଳ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ କରିଛନ୍ତି । ରାମ ଗୋପାଳଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନ ଜାତି (ପ୍ରିଭେନ୍ସନ ଅଫ ଆଟ୍ରୋସିଟିଜ) ଆଇନ ଆଧାରରେ ମାମଲା ରୁଜୁ କରାଯାଉ । ରାମ ଗୋପାଳ ବର୍ମା ଗତ ୨୨ ତାରିଖରେ ଏକ ଟ୍ୱିଟ କରି କହିଥିଲେ, ଯଦି ଦ୍ରୌପଦୀ ରାଷ୍ଟ୍ରପତି ତେବେ ପାଣ୍ଡବ କିଏ? ଏବଂ ଏହାଠାରୁ ବି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌରବ କିଏ? ତାଙ୍କର ଏପରି ଟ୍ୱିଟ ପରେ ସମସ୍ତେ ତାଙ୍କୁ ସମାଲୋଚନା କରିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେବେ ସେ କୌଣସି ଓଡିଆଙ୍କୁ ଅପମାନିତ କରିଛନ୍ତି । ପୂର୍ବରୁ ମଧ୍ୟ ଓଡିଶାକୁ ଜାଣି ନଥିବା କଥା କହି ବିବାଦ ଘେରକୁ ଆସିଥିଲେ ।

ଜୀ ନାରାୟଣ ରେଡ୍ଡୀ କହିଛନ୍ତି, ଟ୍ୱିଟରରେ ଜଣେ ବରିଷ୍ଠ ମହିଳା ରାଜନେତା ଓ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳଙ୍କୁ ନେଇ ରାମ ଗୋପାଳଙ୍କ ଏପରି ଟିପ୍ପଣୀ ଅତ୍ୟନ୍ତ ଅପମାନଜନକ ଅଟେ । ବିବାଦ ବଢିବା ପରେ ଆଉ ଏକ ଟ୍ୱିଟ କରି ସଫେଇ ଦେଇଛନ୍ତି ରାମ ଗୋପାଳ । ଟ୍ୱିଟରେ କହିଛନ୍ତି ମୋ କଥାକୁ ଅନ୍ୟ କୌଣସି ଅର୍ଥରେ ନିଅନ୍ତୁ ନାହିଁ, ମହାଭାରତର ଚରିତ୍ରକୁ କେବେଳ ମନେ ପକାଉଥିଲି । କାହା ମନକୁ ଆଘାତ କରିବାର ଉଦ୍ଦେଶ୍ୟ ନଥିଲା । ସୂଚନାଯୋଗ୍ୟ ଶୁକ୍ରବାର ଓଡିଶାର ଝିଅ ତଥା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥି ନାମାଙ୍କନ ଦାଖଲ କରିଛନ୍ତି ।

Also Read  Mysuru Dasara ; President Droupadi Murmu Inaugurated The Ten-day Festival