କିଭ୍: ୟୁକ୍ରେନର ଏକ ଜନଗହଳିପୂର୍ଣ୍ଣ ମଲ୍ ଉପରେ ରୁଷ କ୍ଷେପଣାସ୍ତ୍ର ମାଡ କରିଛି। ଏହି ଏୟାରଷ୍ଟ୍ରାଇକରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୯ ଜଣ ଆହତ ହୋଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ ବୟାନ ଜାରି କରି ଆକ୍ରମଣକୁ ନିନ୍ଦା କରିଛନ୍ତି। ଆକ୍ରମଣ ହେବା ସମୟରେ ସେହି ମଲରେ ହଜାରରେ ଅଧିକ ନାଗରିକ ଥିବା କହିଛନ୍ତି ରାଷ୍ଟ୍ରପତି। ୟୁକ୍ରେନ ଏୟାରଫୋର୍ସ ଅନୁସାରେ, ଏହି ଆକ୍ରମଣ ରୁଷTu-22 ବମ୍ବର୍ସରୁKh-22 ଆଣ୍ଟିସିପ ମିଶାଇଲ ଜରିଆରେ କରାଯାଇଛି।
ସେପଟେ ଜର୍ମାନୀରେ ଜି-୭ ଦେଶ ମଧ୍ୟରେ ଶିଖର ସମ୍ମିଳନୀ ଚାଲିଥିବା ବେଳେ ରୁଷ ଏହି ଆକ୍ରମଣ କରିଛି। ଏହି ଆକ୍ରମଣ ବିଷୟରେ ରୁଷର ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୟାନ ଜାରି ହୋଇଛି। ଏଥିରେ କୁହାଯାଇଛି ଯେ, ମସ୍କୋ କିଭ୍ରେ ଏକ ରକେର୍ଟ ନିର୍ମାଣ ପ୍ଲାଣ୍ଟ ଉପରେ ମିଶାଇଲ ଆକ୍ରମଣ କରିଛି। ଏହି ପ୍ଲାଣ୍ଟରେ ରକେଟ୍ ସିଷ୍ଟମ ପାଇଁ ଗୋଳାବାରୁଦ ଉତ୍ପାଦନ କରାଯାଉଥିଲା। କିନ୍ତୁ ୟୁକ୍ରେନ ସଫା ସଫା କହିଛି କି, ଏହି ଆକ୍ରମଣ ସପିଂ ମଲ୍ ଉପରେ ହୋଇଛି। କୌଣସି ରକେଟ ନିର୍ମାଣ ଫ୍ୟାକ୍ଯ୍ଯି ଉପରେ ନୁହେଁ।
ଚନାଯୋଗ୍ୟ, ଗତ ୩ ମାସ ହେଲାଣି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ୨୪ ଫେବୃଆରୀ ୨୦୨୨ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଶେଷ ହେଉନାହିଁ। ଏବେ ରୁଷ ୟୁକ୍ରେନକୁ ଧ୍ୱଂସ କରିଛି। ଯୁଦ୍ଧ ଫଳରେ ଉଭୟ ଦେଶର ସାଧାରଣ ନାଗରିକ ହଇରାଣ ହେଉଛନ୍ତି। ତା’ଛଡା ଅନେକଙ୍କ ଜୀବନ ମଧ୍ୟ ଯାଉଛି।