କର୍ତ୍ତବ୍ୟରେ ଅବହେଳା ପାଇଁ କଟକ କିଶନନଗର ଆଇଆଇସି ସସ୍ମିତା ରଣା ସସ୍‌ପେଣ୍ଡ

0
402
cuttack-kishan-nagar-iic-suspended

କଟକ: କଟକ କିଶନନଗର ଆଇଆଇସି ସସ୍‌ପେଣ୍ଡ। କିଶନନଗର ଥାନା ଆଇଆଇସି ସସ୍ମିତା ରଣାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି । ନିଜ କର୍ତ୍ତବ୍ୟରେ ଅବହେଳା ପାଇଁ ଆଇଆଇସି ନିଲମ୍ବିତ ହୋଇଛନ୍ତି । ଥାନାରୁ ନ୍ୟାୟ ନ ପାଇ କିଶନନଗର ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ଜଣେ ବ୍ୟକ୍ତି ୨ ଦିନ ପୂର୍ବେ ଆଖି ବୁଜିଥିଲେ। ଏହି ଘଟଣାକୁ ନେଇ ଚାରିଆଡ଼ୁ ପୁଲିସ୍‌ ସମାଲୋଚନାର ଶିକାର ହେବା ପରେ ସସ୍ମିତା ରଣାଙ୍କୁ ନିଲମ୍ବନ କରିଛନ୍ତି ପୁଲିସ୍‌ ଡିଜି ସୁନୀଲ ବଂଶଲ।

ଜମିଜମା ବିଦାଦକୁ ନେଇ ବାରମ୍ବାର ଥାନାକୁ ଦୌଡି ନିରାଶ ହେବା ପରେ କିଶନନଗର ଥାନା ସମ୍ମୁଖରେ ଗୁଣନିଧି ବିଶୋୟୀ ନାମକ ଯୁବକ ଆତ୍ମାହୂତୀ ଉଦ୍ୟମ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଡିଜିଙ୍କୁ ସୁପାରିଶ କରିଥିଲେ କଟକ ଗ୍ରାମାଞ୍ଚଳ ଥାନା ଏସପି ।

Also Read  General Public get along with BJPYM to protest against power tariff hike in Odisha capital