୧୧ ଦିନର ଖରା ଛୁଟି ପରେ ଆଜିଠୁ ଖୋଲିଲା ସ୍କୁଲ୍ ସହିତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ

0
132
school-reopened-from today

ଭୁବନେଶ୍ୱର: ସରିଲା ଖରାଛୁଟି, ଖୋଲିଲା ସ୍କୁଲ । ଆଜିଠୁ ଖୋଲିଛି ରାଜ୍ୟର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ । ସକାଳୁ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ପୂର୍ବ ଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢା ହେବ । ଶିକ୍ଷକ ଶିକ୍ଷୟିତ୍ରୀ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଂଚିବେ । ଅପରାହ୍ନ ୪ଟା ୩୦ ଯାଏଁ ସ୍କୁଲରେ ଉପସ୍ଥିତ ରହିବେ । ଖରାଛୁଟି ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଜୁନ୍ ୧୬ ତାରିଖ ଯାଏଁ ବନ୍ଦ ଥିଲା। ଉଚ୍ଚଶିକ୍ଷା ବିଭାଗ ଚଳିତବର୍ଷ ଖରାଛୁଟିରେ ମଧ୍ୟ ପିଲାଙ୍କ ପାଠପଢା ସାରି ପରୀକ୍ଷା ଯେଭଳି ଠିକ୍ ଭାବରେ ଓ ଠିକ୍ ସମୟରେ ଶେଷ ହେବ ତାକୁ ଗୁରୁତ୍ବ ଦେବାକୁ ସମସ୍ତ କଲେଜକୁ ନିର୍ଦ୍ଦେଶ ଦେଇଥିଲା।

ଗତ ୬ ତାରିଖରୁ ରାଜ୍ୟରେ ଘୋଷଣା ହୋଇଥିଲା ଖରାଛୁଟି । ଗତ ଦୁଇ ବର୍ଷ ହେବ କରୋନା ପାଇଁ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଚଳିତ ବର୍ଷ ଖରାଛୁଟି ଅବଧିକୁ କମାଯାଇଥିଲା । ପାଠପଢ଼ାକୁ ଦୃଷ୍ଟିରେ ରଖି ମାତ୍ର ୧୧ ଦିନିଆ ସ୍କୁଲ ଛୁଟି କରାଯାଇଥିଲା । ପାଠପଢା ପ୍ରଭାବିତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଲର୍ଣ୍ଣିଂ ରିକଭରୀ ପ୍ଲାନ୍ ଅବା ଶିକ୍ଷା ଉପଯୋଗୀ ପନ୍ଥା ଗ୍ରହଣ କରିଛି ଗଣଶିକ୍ଷା ବିଭାଗ ।

Also Read  ଗାଁରେ ଟିକା ନେଇ ନଥିବା ଲୋକଙ୍କୁ ଖୋଜୁଛନ୍ତିି ଆଶାକର୍ମୀ

LEAVE A REPLY

Please enter your comment!
Please enter your name here