କଟକରେ ‘ଅଗ୍ନିପଥ ଯୋଜନା’କୁ ବିରୋଧ: କ୍ୟାଣ୍ଟେନମେଣ୍ଟ ରୋଡରେ ବିକ୍ଷୋଭ ପ୍ରଦର୍ଶନ

0
3713
Protests against the government's new Agnipath Scheme entered their 5th day. In between, the government has made several announcements to satisfy the protesters.

କଟକ: ଅଗ୍ନିପଥ ଯୋଜନା’କୁ ନେଇ କେନ୍ଦ୍ର ବିରୋଧରେ ଦେଶବ୍ୟାପୀ ଜଳୁଛି ଅସନ୍ତୋଷର ନିଆଁ । ସେନାରେ ଭର୍ତ୍ତି ନେଇ ମୋଦୀ ସରକାରଙ୍କ ଅଗ୍ନିପଥ ଯୋଜନାକୁ ସାରା ସାରା ଦେଶରେ ବିରୋଧ ଜାରି ରହିଛି । ଏବେ ଓଡ଼ିଶାରେ ମଧ୍ୟ ବିରୋଧର ନିଆଁ ଦେଖିବାକୁ ମିଳିଛି । ଏହାକୁ ବିରୋଧ କରି କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବହୁ ଆଶାୟୀ। ଆର୍ମି ଅଫିସ୍ ଆଗରେ ହାତରେ ଠେଙ୍ଗା ବାଡି ଧରି ବିରୋଧ ପ୍ରଦର୍ଶନ ସହ ରାସ୍ତାରୋକ କରିଛନ୍ତି ଅନେକ ଯୁବପିଢ଼ି। ରିଙ୍ଗ୍ ରୋଡ୍‌ରେ ରାସ୍ତା ଅବରୋଧ ବେଳେ ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ ପକ୍ଷରୁ ଲାଠିମାଡ଼ ହୋଇଥିବା ସୂଚନା ମିଳିଛି। କିଛି ଆନ୍ଦୋଳନକାରୀଙ୍କୁ ଅଟକ ରଖାଯାଇଛି । ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କଟକ ଡିସିପି ସୂଚନା ଦେଇଛନ୍ତି ।

Also Read  Freedom fighter’s grandson Babula Panda returns home in Jeypore safe and sound