ସିଙ୍ଗାପୁରରେ ‘କାଶ୍ମୀର ଫାଇଲ୍ସ’ ବ୍ୟାନ୍‌ ହେବା ପରେ ଟ୍ବିଟର୍‌ରେ ନିଦ୍ଦେର୍ଶକ ଅଗ୍ନିହୋତ୍ରୀ ଓ ଶଶୀ ଥରୁର୍‌ଙ୍କ କଳି

0
214

ମୁମ୍ବାଇ: ସିଙ୍ଗାପୁରରେ ‘ଦ କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ବ୍ୟାନ୍‌ କରାଯିବା ପରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଓ ରାଜନେତା ଶଶୀ ଥରୁର୍‌ଙ୍କ ମଧ୍ୟରେ ଟ୍ବିଟର୍‌ରେ କଳି ଦେଖିବାକୁ ମିଳିଛି। କେରଳର ତିରୁବନନ୍ତପୁରମ୍‌ର ସାଂସଦ ଶଶୀ ଥରୁର୍‌ ଏକ ଟ୍ବିଟ୍‌ କରି ଲେଖିଛନ୍ତି କି, ‘ଭାରତୀୟ ଶାସକ ଦଳ ଦ୍ବାରା ପ୍ରୋତ୍ସାହିତ(ପ୍ରମୋଟେଡ୍‌) ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’କୁ ସିଙ୍ଗାପୁରରେ ବ୍ୟାନ୍‌ କରାଯାଇଛି।

ଯାହାର ଉତ୍ତରରେ ନିର୍ଦ୍ଦେଶକ ଅଗ୍ନିହୋତ୍ରୀ ଲେଖିଛନ୍ତି, ‘ପ୍ରିୟର ଶଶୀ ଥରୁର୍‌ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛି ଯେ ସିଙ୍ଗାପୁର ସେନ୍‌ସର ହେଉଛି ବିଶ୍ବର ସବୁଠାରୁ ଅଧିକ ପ୍ରତିକ୍ରିୟାଶୀଳ ସେନ୍‌ସର। ଏପରିକି ଏହା ‘ଲାଷ୍ଟ୍‌ ଟେମ୍ପଟେସନ୍‌ ଅଫ୍‌ ଖ୍ରୀଷ୍ଟ୍‌’ ଚଳଚ୍ଚିତ୍ରକୁ ବି ବ୍ୟାନ୍‌ କରିଥିଲା। ଏପରିକି ରୋମାଣ୍ଟିକ୍‌ ଚଳଚ୍ଚିତ୍ର ‘ଦ ଲୀଲା ହୋଟଲ୍‌ ଫାଇଲ୍ସ’କୁ ବି ସିଙ୍ଗାପୁର ବ୍ୟାନ କରିବ। ଦୟାକରି କାଶ୍ମୀର ହିନ୍ଦୁଙ୍କୁ ନେଇ ପରିହାସ କରିବା ବନ୍ଦ କରନ୍ତୁ।’

Also Read  ଆଜି ପବିତ୍ର ଶ୍ରୀରାମ ନବମୀ; ଚଳଚଞ୍ଚଳ ଦେଶର ସମସ୍ତ ରାମ ମନ୍ଦିର

LEAVE A REPLY

Please enter your comment!
Please enter your name here