ବାକି ଟଙ୍କା ନ ଶୁଝିଲେ ସାରା ଦେଶରୁ ବିଦ୍ୟୁତ କାଟିଦେବୁ: ପାକିସ୍ତାନ ସରକାରଙ୍କୁ ଧମକ ଦେଲେ ଚୀନ କମ୍ପାନି

0
539

ଲାହୋର: ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏହାର ଘନିଷ୍ଠ ବନ୍ଧୁ ଚୀନ୍ ଠାରୁ ଏକ ବଡ ଝଟକା ପାଇବାକୁ ଯାଉଛି। ବାସ୍ତବରେ, ଚୀନ୍ କମ୍ପାନିଗୁଡିକ ଖୋଲାଖୋଲି ଭାବେ ପାକିସ୍ତାନ ସରକାରଙ୍କୁ ଧମକ ଦେଇଛନ୍ତି ଯେ ଯଦି ସେମାନଙ୍କର ୩୦୦ ବିଲିୟନର ବକେୟା ଟଙ୍କା ପ୍ରଦାନ ନହୁଏ ତେବେ ସେମାନେ ପାକିସ୍ତାନର ବିଦ୍ୟୁତକୁ କାଟିଦେବେ । ପାକିସ୍ତାନରେ କାର୍ଯ୍ୟ କରୁଥିବା ଦୁଇ ଡଜନରୁ ଅଧିକ ଚାଇନିଜ୍ କମ୍ପାନି ସୋମବାର କହିଛନ୍ତି ଯେ ସେମାନେ ଏହି ମାସରେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ କରିବାକୁ ବାଧ୍ୟ ହେବେ।

ଏହି ଚାଇନିଜ୍ କମ୍ପାନିଗୁଡିକର ପାକିସ୍ତାନ ଉପରେ ୩୦୦ ବିଲିୟନ ଟଙ୍କାରୁ ଅଧିକ ବକେୟା ରହିଛି। ଯଦି ଅଗ୍ରୀମ ଭାବେ ତାଙ୍କୁ ବକେୟା ଟଙ୍କା ନ ମିଳେ ତେବେ ସେମାନେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ କରିବେ ବୋଲି କହିଛନ୍ତି। ୩୦ଟି ଚାଇନିଜ୍ କମ୍ପାନି ଚୀନ୍-ପାକିସ୍ଥାନ ଇକୋନୋମିକ୍ କରିଡର (ସିପିଇସି) ଅଧୀନରେ ପାକିସ୍ତାନରେ କାର୍ଯ୍ୟ କରନ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ର ମଧ୍ୟରେ ପାକିସ୍ତାନର ଶକ୍ତି, ଯୋଗାଯୋଗ, ରେଳବାଇରେ ନିବେଶ କରିଛନ୍ତି।

ସୋମବାର ଦିନ ପାକିସ୍ତାନର ଯୋଜନା ତଥା ବିକାଶ ମନ୍ତ୍ରୀ ଅହସାନ ଇକବାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯେତେବେଳେ ଚୀନ୍ କମ୍ପାନିଗୁଡିକ ଏହି ପ୍ରସଙ୍ଗ ଉଠାଇଥିଲେ, ସେତେବେଳେ ପାକିସ୍ତାନ ସରକାର ନିରୁତ୍ତର ରହିଥିଲେ । ଚାଇନାର ସ୍ୱତନ୍ତ୍ର ଶକ୍ତି ଉତ୍ପାଦକ (ଆଇପିପି) ର ପ୍ରାୟ ୨୫ଜଣ ପ୍ରତିନିଧୀ ପାକ୍ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ।

ଏହି ସମୟରେ ବକେୟା ଟଙ୍କା ପ୍ରଦାନ କରାଯାଉନଥିବାର ଅଭିଯୋଗ କରିଥିଲେ ଏବଂ ଯଦି ଶୀଘ୍ର ଟଙ୍କା ନ ଦିଆଯାଏ ତେବେ ସେ କିଛି ଦିନ ମଧ୍ୟରେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି।ଏହି ଘଟଣାକୁ ନେଇ ମନ୍ତ୍ରୀ ଇକବାଲ ଚୀନ କମ୍ପାନିମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଏହି ଘଟଣା ବାବଦରେ ଜାଣିଛନ୍ତି ଏବଂ ଶୀଘ୍ର ବକେୟା ଟଙ୍କା ଦେବାକୁ ବ୍ୟବସ୍ଥା କରୁଛନ୍ତି ।

Also Read  ନୂଆବର୍ଷ ଅବସରରେ କୋଭିଡ କଟକଣା କଡାକଡି: ରାଜଧାନୀରେ ସିଲ୍‌ ହେଲା ମାର୍କେଟ, ଦୋକାନ