ସବୁ ସାରିଦେଲା ଟଙ୍କା ଲୋଭ: ଜୁଲାଇ ୩୦ରେ ଅବସର ନେବା ପୂର୍ବରୁ ଲାଞ୍ଚ ନେଇ ସାର୍ ଗିରଫ

0
129

କେନ୍ଦ୍ରପଡା: ଜୁଲାଇ ୩୦ ତାରିଖରେ ସଞ୍ଜୀବ ସିଂହଙ୍କ ଅବସର ନେଇଥାନ୍ତେ । କିନ୍ତୁ ଅବସର ଗ୍ରହଣ କରିବାର ମାତ୍ର ୩ ଦିନ ପୂର୍ବରୁ ଜେଲ୍ ଯାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂହ । ଲାଞ୍ଚ ନେବା ଅଭିଯୋଗରେ ବୁଧବାର ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। ନିଜ ଅଫିସର ପିଅନ ସନ୍ତୋଷ କୁମାର କୁଣ୍ଡୁ ପଟ୍ଟା ମୁଣ୍ଡାଇର ନିମପୁରକୁ ବଦଳି ହୋଇଥିଲା। ସନ୍ତୋଷ କୁଣ୍ଡୁଙ୍କୁ ନିଜ ଅଫିସକୁ ବଦଳି କରି ଆଣିବା ପାଇଁ ନିଜେ ଜ଼ିଲ୍ଲା ଶିକ୍ଷା ଅଧିକାରୀ କୋଡିଏ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏହା ପରେ ପିଅନ ସନ୍ତୋଷ କୁଣ୍ଡୁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଥିଲେ। ବୁଧବାର ସକାଳେ ସନ୍ତୋଷ କୁଣ୍ଡୁ କୋଡିଏ ହଜାର ଟଙ୍କା ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତାଙ୍କ ବାସଭବନରେ ପ୍ରଦାନ କରିଥିଲେ। ଏହି ସମୟରେ ପୂର୍ବରୁ ଜଗି ବସିଥିବା କେନ୍ଦ୍ରାପଡ଼ା ଓ କଟକ ଭିଜିଲାନ୍ସ ଅଫିସ ମିଳିତ ଚଢ଼ାଉ କରି ସଞ୍ଜୀବ ସିଂହଙ୍କ ନିକଟରୁ ଟଙ୍କା ଜବତ କରିଥିଲେ। ଅଭିଯୋଗକାରୀ ଜଣକ ହେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁର ସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ତୋଷ କୁଣ୍ଡୁ। ସୂଚନା ଅନୁୟାୟୀ, ତିନିମୁହାଣୀ ଛକ ନିକଟରେ ଥିବା ତାଙ୍କ ଭଡ଼ା ଘରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଡିଇଓ ସଞ୍ଜୀବ ସିଂହ।

ଗିରଫ ପରେ ସଞ୍ଜୀବ ସିଂହଙ୍କ ନିଜ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଭଡ଼ା ଘର, କଟକସ୍ଥିତ ବାସଭବନ, ବାଲେଶ୍ୱରସ୍ଥିତ ପୈତୃକ ବାସଭବନ ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ସଞ୍ଜୀବ ସିଂହଙ୍କ ବିରୋଧରେ କର୍ମଚାରୀଙ୍କ ବଦଳି ଓ ବିଲ୍ ପ୍ରସ୍ତୁତ କରିବା ପାଇଁ ଲାଞ୍ଚ ନେବା ଭଳି ଅନେକ ଅଭିଯୋଗ ରହିଥିଲା।

Also Read  ରାଜ୍ୟରେ ମକର ସଂକ୍ରାନ୍ତି ଓ ପୋଙ୍ଗଳ ପାଳିବା କଟକଣା

LEAVE A REPLY

Please enter your comment!
Please enter your name here