ଏହି ୫ଟି ଜିନିଷକୁ ପାଣିରେ ଭିଜାଇ ଖାଆନ୍ତୁ, ଦୂର ହେବ କର୍କଟଠାରୁ ଆରମ୍ଭ କରି ମଧୁମେହ ପର୍ଯ୍ୟନ୍ତ ଅନେକ ରୋଗ

0
418
Soak These 5 Food items Overnight And Eat In The Morning To Keep Disease At Bay

ବ୍ୟସ୍ତ ବହୁଳ ଜୀବନ ଭିତରେ ଲୋକେ ନିଜ ସ୍ବାସ୍ଥ୍ୟର ଯତ୍ନନେବାକୁ ଭୁଲି ଯାଇଥାନ୍ତି। ରୋଗର ଶିକାର ହେବେ ବୋଲି ଜାଣି ବି କମ୍ ସମୟରେ ତିଆରି ହୋଇପାରୁଥିବା ଓ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇଥାନ୍ତି ଲୋକେ। ଏଥିପାଇଁ ପରେ ସେମାନଙ୍କୁ ବିଭିନ୍ନ ଶାରୀରିକ ସମସ୍ୟାର ସାମ୍ନା କରିବାକୁ ପଡ଼େ। ଆଜି ଆମେ ଆପଣଙ୍କୁ କିଛି ଏଭଳି ଜିନିଷ ବିଷୟରେ ଜଣାଇବୁ, ଯାହାକୁ ଖାଇବା ଦ୍ବାରା ଆପଣ ଅନେକ ରୋଗଠାରୁ ରକ୍ଷାପାଇପାରିବା । ଏଭଳି ୫ଟି ଜିନିଷ ରହିଛି, ଯାହାକୁ ରାତିରେ ଭିଜାଇ ଖାଇବା ଦ୍ବାରା ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ। ଆସନ୍ତୁ ଜାଣିବା ସେହି ୫ଟି ଜିନିଷ ବିଷୟରେ…

୧. ମେଥିରେ ମାତ୍ରାଧିକ ଫାଇବର ରହିଥାଏ । ଏହାକୁ ଖାଇଲେ ଆମ ପେଟ ଭିତରରକୁ ଯାଇ ଏହା ଆମ ଅନ୍ତନଳୀକୁ ସଫା କରିଥାଏ, ଯାହାଦ୍ବାରା ପେଟଜନିତ ସମସ୍ୟା ହୋଇନଥାଏ । ଏହାକୁ ରାତିରେ ପାଣିରେ ଭିଜାଇ ଖାଇବା ଦ୍ବାରା ପାଚନକ୍ରିୟାରେ ଅନେକ ପରିବର୍ତ୍ତନ ଘଟିଥାଏ । ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ବରଦାନ ଅଟେ। କାରଣ ଏହା ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରିଥାଏ । ଏହାକୁ ଭିଜାଇ ଖାଇବା ଦ୍ବାରା ମହିଳାମାନଙ୍କ ଋତୁସ୍ରାବ ସମୟରେ ହେଉଥିବା ଯନ୍ତଣାରୁ ମଧ୍ୟ ଉପସମ ମିଳିଥାଏ ।

୨. ଅଫିମ ମଞ୍ଜିରେ ମେଟାବଲିଜିମ୍ ମାତ୍ରାଧିକ ଥିବାରୁ ଏହା ଓଜନ ହ୍ରାସ କରିବାରେ ଫଳପ୍ରଦ ହୋଇଥାଏ । ରାତିରେ ଏହାକୁ ଭିଜାଇ ଖାଇବା ଦ୍ବାରା ଓଜନ କମ ହୋଇଥାଏ। ୩. ଅତସୀରେ ବହୁମାତ୍ରାରେ ଓମେଗା-୩ ଓ ଫ୍ୟାଟି ଏସିଡ୍ ରହିଥାଏ । ଯେଉଁମାନେ ନିରାମିଶ ଖାଦ୍ୟ ଖାଇଥାନ୍ତି ସେମାନଙ୍କ ପାଇଁ ଏହା ଲାଭଦାୟକ ହୋଇଥାଏ । ଏହା କୋଲେଷ୍ଟ୍ରେଲକୁ କମ କରିବାରେ ସହାୟକ ହୋଇଥାଏ ।

୪. କିସ୍ ମିସରେ ମ୍ୟାଗ୍ନେସିୟମ, ପୋଟାସିୟମ ଓ ଆଇରନ ବହୁମାତ୍ରାରେ ଥାଏ। ଏହାକୁ ରାତିରେ ଭିଜାଇ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ । ଯଦି ଆପଣ କିଡନି ଷ୍ଟୋନ ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ଏହାକୁ ପାଣିରେ ଭିଜାଇ ଖାଇପାରିବେ।

୫. ମୁଗରେ ବହୁମାତ୍ରାରେ ପ୍ରୋଟିନ୍, ଫାଇବର ଓ ଭିଟାମିନ-ବି ଥାଏ । ମ୍ୟାଗ୍ନେସିୟମ, ପୋଟାସିୟମ ଥିବାରୁ ଏହା କୋଲେଷ୍ଟ୍ରେଲକୁ ନିୟନ୍ତ୍ରଣ କରିଥାଏ । ଆଣ୍ଟିବଡି ଅଧିକ ଥିବାରୁ ଏହାକୁ ଭିଜାଇ ଖାଇବା ଦ୍ବାରା ମଧୁମେହ, କର୍କଟ ଭଳି ରୋଗରୁ ଧୀରେ ଧୀରେ ଉପଶମ ମିଳିଥାଏ ।

Also Read  ଓଜନ କମାଇବା ପାଇଁ ସକାଳ ଜଳଖିଆରେ ସାମିଲ କରନ୍ତୁ ଏହି ଖାଦ୍ୟ, ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା...