ଆସନ୍ତା ୩ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଛୁଇଁବ ମୌସୁମୀ: ୧୯ରୁ ବଢିବ ବର୍ଷା

0
3577
Heavy rainfall alert for odisha

ଭୁବନେଶ୍ବର: ଆସନ୍ତା ୩ ଦିନରେ ସାରା ଓଡ଼ିଶାକୁ ଛୁଇଁବ ମୌସୁମୀ। ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ସଂପୂର୍ଣ୍ଣ ଅଗ୍ରସର ହୋଇଥିବାବେଳେ ନୂଆପଡ଼ା , କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ଆଂଶିକ ପ୍ରବେଶ କରିଛି। ପାଗ ଅନୁକୂଳ ଥିବାରୁ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକୁ ମୌସୁମୀ ସଂପୂର୍ଣ୍ଣ ଛୁଇଁବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଇଏମ୍‌ଡି ଆକଳନ କରିଛି, ପାଗ ଅନୁକୂଳ ଥିବାରୁ ଆସନ୍ତା ୨-୩ ଦିନ ଭିତରେ ରାଜ୍ୟର ଆଉ କିଛି ଅଞ୍ଚଳକୁ ମାଡ଼ିପାରେ ମୌସୁମୀ । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକୁ ମୌସୁମୀ ଆଗେଇବ । ବହୁପ୍ରତୀକ୍ଷିତ ମୌସୁମୀ ଏଥର ବିଳମ୍ବରେ ଓଡ଼ିଶା ଆସିଛି । ମୌସୁମୀ ପ୍ରବେଶ ପରେ ବି ପାଗ ବଦଳିଥିଲେ ବି ବର୍ଷା ସେଭଳି ନାହିଁ । ହେଲେ ପାଗ ବଦଳିଥିବାରୁ ପାରଦ ଖସିଛି । ତାତିରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି ।

୬ ଜିଲ୍ଲାରେ ଅଗ୍ରସର ହେଉଛି ମୌସୁମୀ। ୧୯ରୁ ବଢିବ ବର୍ଷା ପରିମାଣ। ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷିବ। ଆସନ୍ତା ୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ସାରା ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସମ୍ଭାବନା ରହିଛି ।

Also Read  କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ; ପାଣିପାଗ ଠିକ୍ ରହିଲେ ଜୁନ୍ ୧୦ ସୁଦ୍ଧା ଓଡିଶା ଛୁଇଁବା ସମ୍ଭାବନା

LEAVE A REPLY

Please enter your comment!
Please enter your name here