ସଂକଟରେ ଶ୍ରୀଲଙ୍କା; ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡି ଯିବାପରେ ବାସଭବନକୁ କବଜା କଲେ ବିକ୍ଷୋଭକାରୀ

0
114
ଶ୍ରୀଲଙ୍କା ଅବସ୍ଥା ସାଙ୍ଘାତିକ: ରାଷ୍ଟ୍ରପତି କିନ୍ତୁ ପତ୍ନୀଙ୍କ ସହ ମାଳଦ୍ଵୀପ ରେ
ଶ୍ରୀଲଙ୍କା ଅବସ୍ଥା ସାଙ୍ଘାତିକ: ରାଷ୍ଟ୍ରପତି କିନ୍ତୁ ପତ୍ନୀଙ୍କ ସହ ମାଳଦ୍ଵୀପ ରେ

ଶ୍ରୀଲଙ୍କା: ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଖୁବ ଜଟିଳ । ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଂକଟକୁ ନେଇ ଏବେ ଦେଶରେ ପ୍ରଦର୍ଶନ ଜାରି ରହିଛି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡି ପଳାଇ ଯିବା ଖବର ପାଇବା ପରେ ଲୋକମାନେ ତାଙ୍କ ବାସଭବନ ଓ ରାଷ୍ଟ୍ରପତି ଭବନ କବଜା କରିଛନ୍ତି । ବିକ୍ଷୋଭକାରୀମାନେ ‘ଗୋଟାବାୟା ଗୋ-ହୋମ୍’ ସ୍ଲୋଗାନ ଦେଇଥିଲେ।

ଏକ ସ୍ଥାନୀୟ ଟେଲିଭିଜନ ରିପୋର୍ଟରେ ସୂଚନା ଦିଆଯାଇଛିକି ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରି ଶନିବାର ରାଷ୍ଟ୍ରପତି ଭବନକୁ କିଛି ଲୋକ ଘେରି ଦେଇଛନ୍ତି । ପ୍ରକୃତରେ ଶ୍ରୀଲଙ୍କାର ଖରାପ ସ୍ଥିତିକୁ ନେଇ ରାସ୍ତା ଉପରକୁ ଓଲ୍ହାଇ ଆସିଥିଲେ । ପ୍ରଦର୍ଶନକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ତଥାପି ପ୍ରଦର୍ଶନକାରୀ ମାନେ ତାଙ୍କ ଜିଦିରୁ ହଟିନଥିଲେ । ପ୍ରଦର୍ଶନକାରୀମାନେ ବ୍ୟାରିକେଡ଼ ଭାଙ୍ଗି ରାଷ୍ଟ୍ରପତି ଭବନରେ ପଶି ଯାଇଥିଲେ । ସାମ୍ନାକୁ ଆସିଥିବା କିଛି ଭିଡିଓ ଫୁଟେଜରେ ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନରେ ଚେୟାରରେ ବସିଥିବା ଏବଂ ସୁଇମିଂ ପୁଲରେ ଗାଧୋଉଥିବା ଦେଖିବାକୁ ମିଳୁଛି ।

Also Read  ଶ୍ରୀଲଙ୍କାର ନୂଆ କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମ ସିଂଘେ

LEAVE A REPLY

Please enter your comment!
Please enter your name here