ନିଜକୁ ଫିଟ ରଖିବା ପାଇଁ ଜିମରେ ଘଣ୍ଟା ଘଣ୍ଟା ପରିଶ୍ରମ କରନ୍ତି “ପୁଷ୍ପା”ର ଶ୍ରୀବଲ୍ଲୀ

0
215
Sriballi of Pushpa works for hours in the gym to keep fit

“ପୁଷ୍ପା”ରେ ଏକଦମ ସାଧାସିଧା ଚରିତ୍ରରେ ନଜର ଆସିଥିବା ସାଉଥ ସିନେ ଇଣ୍ଡଷ୍ଟ୍ରି ତଥା ଟଲିଉଡ଼ର ବ୍ୟୁଟି କୁଇନ ରଶ୍ମିକା ମନ୍ଦନା ପ୍ରକୃତରେ ରିୟଲ ଲାଇଫରେ ଖୁବ ହଟ, ଗ୍ଲାମରସ ଦେଖାଯାନ୍ତି । ଏହା ବ୍ୟତୀତ ନିଜ ଆକ୍ଟିଙ୍ଗ ସ୍କିଲ ସମେତ ବିଉଟି କାରଣରୁ ଯେମିତି ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ଏହା ବାଦ ନିଜ ଫିଟନେସକୁ ନେଇ ସତର୍କ ଥାନ୍ତି । ନିଜକୁ ଗ୍ଲାମର୍ସ ରଖିବା ପାଇଁ ଓ ନିଜ ଫିଗରକୁ ଟୋନଡ ବନେଇବା ପାଇଁ ଜିମ ଯାଇ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଝାଳ ବୁହାଇବା ପାଇଁ ପଛାନ୍ତି ନାହିଁ । ଏହି ନିକଟରେ ହିଁ ଜିମରେ ଅଜସ୍ର ଝାଳ ବୁହାଉଥିବାର ନଜର ଆସିଛନ୍ତି ପୁଷ୍ପାର ଶ୍ରୀବଲ୍ଲି । ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ।

ନିକଟ ଅତୀତରେ ଏକ ଜିମର ଇନସାଇଡ ଭିଡିଓ ସେୟାର କରାଯାଇଥିବା ବେଳେ ସେଥିରେ ଆକ୍ଟ୍ରେସ ଏକ୍ସରସାଇଜ କରୁଥିବା ଦେଖାଦେଉଛନ୍ତି । ଅନ୍ୟ ଦୃଷ୍ଟିରୁ ଦେଖିଲେ ରଶ୍ମିକାଙ୍କୁ ନ୍ୟାସନାଲ କ୍ରସର ଦରଜା ଦିଆଯାଇଛି । ଆଉ ଏହି କାରଣରୁ ବୋଧହୁଏ ତାଙ୍କର ଏକ ଜିମ ବେଳର ଭିଡିଓ ସୋସିଆଲ ମିଡ଼ିଆ ମାନଙ୍କରେ ଖୁବ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ରଶ୍ମିକା ଜିମରେ ଏକସରସାଇଜ କରୁଥବା ନଜର ଆସିଛନ୍ତି । ଭିଡିଓରେ ରଶ୍ମିକା ଏକ ହଳଦିଆ ରଙ୍ଗର ସର୍ଟ୍ସ ଓ ଗ୍ରେ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଦେଖାଦେଇଛନ୍ତି । ଆଉ ଏହା ସହିତ ଏକ ହାଇ ପୋନିରେ ନିଜ କେଶକୁ ବି ବାନ୍ଧିଛନ୍ତି । ଭିଡିଓରେ ଆକ୍ଟ୍ରେସ ଏକସଶାଇଜରେ ବୁଡିଥିବା ଦେଖାଦେଉଛନ୍ତି । ଭିଡିଓଟି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି ।

ଭିଡିଓରେ ରଶ୍ମୀକାଙ୍କ ସହିତ ଆଉ ଜଣେ ବ୍ୟକ୍ତି ବି ନଜର ଆସୁଛନ୍ତି । ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ରଶ୍ମିକାଙ୍କର ଟ୍ରେନର । ବ୍ୟାକ ଗ୍ରାଉଣ୍ଡରେ ଟ୍ରେନରଙ୍କ କଣ୍ଠ ସ୍ୱର ବି ଶୁଣାଯାଉଛି । ଆଉ ଏପଟେ ରଶ୍ମୀକା ବି ଟ୍ରେନରଙ୍କ କଥା ଶୁଣି ନିଜେ ବି ସେହି ଅନୁସାରେ ଏକସରସାଇଜ କରିବାକୁ ଚେଷ୍ଟା କରୁଛନ୍ତି ଆଉ ଖୁବ ଜୋରରେ ଝାଳ ବୁହାଉଛନ୍ତି । ଆଉ କ୍ୟାପ୍ସନରେ ଲେଖିଛନ୍ତିକି- “ମଣ୍ଡେ ମୋଟିଭେସନ ବ୍ବିଥ ରଶ୍ମିକା” । କହିରଖିବା ଉଚିତ ହେବକି ରଶ୍ମୀକା ଖୁବ ପରିଶ୍ରମ କରି ଫ୍ୟାନ୍ସ ମାନଙ୍କ ହୃଦୟ ଜିଣି ନେଇଛନ୍ତି ।

Also Read  ରାଜ୍ୟରେ ଖସୁଛି କରୋନା ସଂକ୍ରମଣ, ଗତ ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଲେ ମାତ୍ର ୧୦ ଜଣ ପଜିଟିଭ୍

LEAVE A REPLY

Please enter your comment!
Please enter your name here