ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା : ୪ ଜେଟିପିଙ୍କୁ କାରଣ ଦର୍ଶାଅ ନୋଟିସ

0
245
meeting-of-the-managing-committee-of-srimandir

ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଡ୍ୟୁଟିରେ ଥିବା ୪ଜଣ ଜଗନ୍ନାଥ ଟେମ୍ପଲ ପୋଲିସ୍(ଜେଟିପି)ଙ୍କୁ କାରଣ ଦର୍ଶାଅ ନୋଟିସ । ୪ ଜଣଙ୍କ ମଧ୍ୟରୁ ଜଣେ ବାଟଅଗଣା ଓ ନାଟମଣ୍ଡପ ଦାୟିତ୍ୱରେ ଥିଲେ । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ତୁରନ୍ତ ଜବାବ ରଖିବାକୁ ନୋଟିସ୍ କରିଛି ମନ୍ଦିର ପ୍ରଶାସନ । ଏମାନଙ୍କର ରାତି ଡ୍ୟୁଟି ଥିଲେ ବି କେମିତି ଦୁର୍ବୃତ୍ତ ପଶି କାଣ୍ଡ ଘଟାଇଲେ, ଜବାବ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରାତି ୧୦ଟାରୁ ସକାଳ ପର୍ଯ୍ୟନ୍ତ ଏହି ଚାରି ଜେଟିପିଙ୍କ ଡ୍ୟୁଟି ଥିଲା ବେଳେ ରୋଷ ଘରେ ପଶି ଚୁଲି ଭାଙ୍ଗିଥିଲେ ଦୁର୍ବୃତ୍ତ ।

ସିସିଟିଭି ଫୁଟେଜରୁ ଜଣେ ଦୁର୍ବୃତ୍ତ ରୋଷଘରକୁ ପ୍ରବେଶ କରୁଥିବା ସ୍ପଷ୍ଟ ଜଣାପଡୁଛି । ତେବେ କଡା ସୁରକ୍ଷା ବ୍ୟବସ୍ଥା ସତ୍ୱେ କିଭଳି ଏହି ଦୁର୍ବୃତ୍ତ ରୋଷଘରେ ପ୍ରବେଶ କଲା ଏବଂ ଚୁଲି ଭାଙ୍ଗିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହି ଦୁର୍ବୃତ୍ତ ଜଣଙ୍କ କିଏ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାକୁ ୨ଦିନ ବିତିଯାଇଥିଲେ ବି ଚୁଲି ଭାଂଗିଥିବା ଦୁର୍ବୃତ୍ତକୁ ଧରିବାରେ ପ୍ରଶାସନ ଓ ପୁଲିସ ବିଫଳ ହୋଇଛି ।

Also Read  Odisha reports 170 Covid-19 New Cases; No cases in10 Districts

LEAVE A REPLY

Please enter your comment!
Please enter your name here