ବହୁଚର୍ଚ୍ଚିତ ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲା: ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ନିର୍ଦ୍ଦେଶ

0
195
sumit-tapaswini-family-dispute-case

କଟକ: ବ୍ରହ୍ମପୁରର ବହୁଚର୍ଚ୍ଚିତ ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ନୂଆ ତଥ୍ୟ ଆସିଛି। ଏହି ମାମଲାରେ ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସୁମିତ ଓ ତମସ୍ୱିନୀଙ୍କୁ ଏପ୍ରିଲ ୯ ତାରିଖରେ ହାଜର ହେବାକୁ କୋର୍ଟ ପକ୍ଷରୁ କୁହାଯାଇଛି । ଏପ୍ରିଲ ୩୦ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣୀ କରାଯିବ। ଏ ସମ୍ପର୍କରେ ସୁମିତ ଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ସୁମିତ୍-ତପସ୍ୱିନୀ ବିବାଦ ଘଟଣାରେ ପୂର୍ବରୁ ଜିଲ୍ଲା କୋର୍ଟ ରାୟ ଶୁଣାଇଥିଲେ। ଏଥିରେ ଶ୍ଵଶୁରଙ୍କ ଘରେ ତପସ୍ବିନୀ ରହିବେ । ଏହା ସହ ତପସ୍ବିନୀଙ୍କୁ ପ୍ରତି ମାସ ୧ ତାରିଖରୁ ୧୦ ତାରିଖ ମଧ୍ୟରେ ୧୭ ହଜାର ଟଙ୍କା ଭରଣ ପୋଷଣ ପାଇଁ ସୁମିତ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଜିଲ୍ଲା କୋର୍ଟଙ୍କ ରାୟକୁ ହାଇକୋର୍ଟରେ ସୁମିତ ଚ୍ୟାଲେଞ୍ଜ କରିଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣୀ କରି ପ୍ରତି ମାସରେ ୧୦ ହଜାର ଟଙ୍କା ଭରଣପୋଷଣ ବାବଦକୁ ଦେବା ପାଇଁ ନିର୍ଦେଶ ଦେଇଥିଲେ ।

Also Read  ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ୫ ଘଣ୍ଟା ଚାଲିବ

LEAVE A REPLY

Please enter your comment!
Please enter your name here