୮ରେ ବାତ୍ୟା, ୧୦ରେ ଛୁଇଁବ ଉପକୂଳ ! ଆନ୍ଧ୍ର-ଓଡ଼ିଶା ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା

0
193
Cyclone Update for Odisha

ଭୁବନେଶ୍ୱର:ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବାତ୍ୟାରେ ପରିଣତ ହେବାର ସମ୍ଭାବନା ଦେଖାଦେଇଛି। ଲଘୁଚାପ କ୍ଷେତ୍ରଟି ଆସନ୍ତାକାଲି ଅବପାତରେ ପରିଣତ ହୋଇପାରେ । ଏହାପରେ ଅବପାତ ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।

ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୭ ତାରିଖରେ ଅବପାତ ଏବଂ ୮ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ରୂପ ନେବା ଆଶଙ୍କା ରହିଛି । ଏହି ଅବପାତ ରବିବାର ବାତ୍ୟାର ରୂପ ନେଇ କ୍ରମଶଃ ଉତ୍ତର ପଶ୍ଚିମ ଦିଗକୁ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତରଆନ୍ଧ୍ର ଓ ଓଡ଼ିଶା ଉପକୂଳ ୧୦ ତାରିଖରେ ଛୁଇଁବ । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ଯଦି ବାତ୍ୟା ହୁଏ, ତା’ହେଲେ ତା’ର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ କୁମାର ଜେନା । ସେପଟେ ରାଜ୍ୟରେ ୬ଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳୀ ଘଡ଼ଘଡି ସହ ବର୍ଷା ହେଉଛି।

Also Read  ରାଜ୍ୟରେ ୩ କୋଟିରୁ ଅଧିକ ପ୍ରଥମ ଡୋଜ ଟିକା ନେଲେଣି

LEAVE A REPLY

Please enter your comment!
Please enter your name here