ମହିଳା ଥାନାରେ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ପ୍ରଥମ ସ୍ତ୍ରୀ

0
589

ଭୁବନେଶ୍ବର: ଭୁବନେଶ୍ବର ମହିଳା ଥାନାରେ ହାଜର ହୋଇଛନ୍ତି ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ପ୍ରଥମ ସ୍ତ୍ରୀ । ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଡକାଇଥିଲା ପୋଲିସ । ଏବେ ତାଙ୍କ ପ୍ରଥମ ସ୍ତ୍ରୀ ଭୁବନେଶ୍ୱର ସ୍ଥିତ ମହିଳା ଥାନାରେ ହାଜର ହୋଇଛନ୍ତି । ରମେଶ କିପରି ପ୍ରଥମ ବିବାହ ପରେ ଅନ୍ୟ ୧୭ ଜଣଙ୍କୁ ବାହା ହେଲେ ତାକୁ ନେଇ ପଚରାଉଚରା ଚାଲିଛି । ୧୮ ସ୍ତ୍ରୀର ସ୍ବାମୀ ପଛରେ ରହିଛି କାହା ହାତ, ତାର ଖୋଳତାଡ କରୁଛି ପୋଲିସ । ପୁରା ଘଟଣାର ସତ ପଦାକୁ ଆଣିବା ପାଇଁ ଆସନ୍ତା ବୁଧବାର ରମେଶର ପଲିଗ୍ରାଫ ଟେଷ୍ଟ କରିବ ପୋଲିସ ।

୧୮ ସ୍ତ୍ରୀ ଅଛନ୍ତି ନା ଆଉ କେତେଜଣ ଅଛନ୍ତି । ସେନେଇ ଖୋଲତାଡ କରୁଛି ପୋଲିସ । ନକଲି ଡାକ୍ତରର ପରିଚୟ ଦେଇ ୧୮ଜଣ ମହିଳାଙ୍କୁ ବିବାହ କରିଥିଲେ ରମେଶ । ଛତିଶଗଡ଼, ଆସାମ, ଓଡ଼ିଶାରୁ ଆଉ ୩ ପତ୍ନୀଙ୍କର ସନ୍ଧାନ ମିଳିଛି । ସେହିପରି ଗୌହାଟିର ଜଣେ ମହିଳା ଡାକ୍ତର, ଛତିଶଗଡ଼ର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଓଡ଼ିଶାରେ ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ବିବାହ କରିଥିବା ସୂଚନା ମିଳିଛି । କେବଳ ସ୍ତ୍ରୀଙ୍କୁ ନୁହେଁ ଚାକିରି କରାଇଦେବା ନାଁରେ ସେ ବହୁ ଲୋକଙ୍କୁ ବି ଠକିଛନ୍ତି । ଖାଲି ମହିଳାଙ୍କୁ ନୁହେଁ ଅନେକ ଛାତ୍ରଙ୍କୁ MBBSରେ ସିଟ୍ ଦେବେ କହି ବି ସେ ଠକି ନେଇଛନ୍ତି ଲକ୍ଷାଧିକ ଟଙ୍କା।

Also Read  ହନୁମାନ ପତାକା ନେବାବେଳେ ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ସଂଘର୍ଷ, ଯୋଡ଼ା ମାର୍କେଟ୍‌ରେ ୧୪୪ ଧାରା ଜାରି