ରୁଷିଆଠାରୁ ୩ ନିୟୁତ ବ୍ୟାରେଲ ତେଲ କିଣିଛି ଭାରତ

0
555

ନୂଆଦିଲ୍ଲୀ : ରୁଷିଆଠାରୁ ୩ ନିୟୁତ ବ୍ୟାରେଲ ତେଲ କିଣିଛି ଭାରତର ରାଷ୍ଚ୍ରାୟତ୍ତ ତୈଳ କମ୍ପାନି ଇଣ୍ଡିଆନ ଅଏଲ । ରୁଷ କମ୍ପାନି ଭିଟୋଲଠାରୁ କିଣାଯାଇଥିବା ଏହି ତେଲ ଆସନ୍ତା ମେ ମାସରେ ଯୋଗାଣ ହେବ । ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରମାନେ ରୁଷ ଉପରେ କଠୋର ଆର୍ଥିକ କଟକଣା ଲଗାଇଛନ୍ତି । ଫଳରେ ଆମେରିକା ଓ ୟୁରୋପର ପ୍ରମୁଖ ତୈଳ କମ୍ପାନିମାନେ ରୁଷିଆରୁ ତେଲ କିଣିବା ବନ୍ଦ କରିଦେଇଛନ୍ତି । ଏହା ଫଳରେ ରୁଷିଆ ରିହାତି ଦରରେ ତେଲ ବିକିବାକୁ ଭାରତ, ଚୀନ ପ୍ରଭୃତି ଦେଶମାନଙ୍କୁ ପ୍ରସ୍ତାବ ଦେଇଥିଲା । ଭାରତୀୟ ଟଙ୍କାରେ ଏହି ତେଲ ପାଇଁ ପେମେଣ୍ଟ କରାଯିବାର ସମ୍ଭାବନା ରହିଛି ।

ଏହି ତେଲ କ୍ରୟ ଯୋଗୁଁ ଭାରତ ଉପରେ ପାଶ୍ଚାତ୍ୟ ଦେଶ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାର ସମ୍ଭାବନା ରହିଛି । କାରଣ ରୁଷ ଉପରେ ଯେଉଁ କଟକଣା ଲଗାଯାଇଛି ସେଥିରେ ତେଲକୁ ଅନ୍ତର୍ଭୁକ୍ତ କରାଯାଇନାହିଁ । ଏହି କାରଣରୁ ଜର୍ମାନି ପ୍ରଭୃତି କେତେକ ୟୁରୋପୀୟ ଦେଶ ଏବେ ବି ରୁଷିଆରେ ତେଲ କିଣିବା ଅବ୍ୟାହତ ରଖିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ରୁଷ ଭାରତକୁ ୨୦-୨୫ ଡଲାର ରିହାତିରେ ତେଲ ଯୋଗାଉଛି । ଏହା ଫଳରେ ଅନ୍ତର୍ଜାତୀୟ ବଜାରରେ ବଢିଚାଲିଥିବା ତେଲଦରର ପ୍ରଭାବ ଭାରତ ଉପରେ ସେତେଟା ପଡ଼ିବ ନାହିଁ ।

Also Read  ହରିଶଙ୍କର ଜଳପ୍ରପାତରେ ଗାଧୋଇବା ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ; ୨ ଗୁରୁତର

LEAVE A REPLY

Please enter your comment!
Please enter your name here