ଦକ୍ଷିଣ ଚୀନ ସାଗରରେ ପ୍ରବେଶ କଲା ଆମେରିକାର ଯୁଦ୍ଧ ଜାହାଜ, ଚୀନ ଖପ୍ପା

0
98

ନୂଆଦିଲ୍ଲୀ : ଦକ୍ଷିଣ ଚୀନ ସାଗରରେ ଥିବା ବିବାଦୀୟ ସ୍ପ୍ରାଟଲି ଦ୍ବୀପ ନିକଟରେ ଆମେରିକା ନୌସେନାର ଯୁଦ୍ଧଜାହାଜ ପ୍ରବେଶ କରିବା ପରେ ଚୀନ ତାହାକୁ ନେଇ ଆପତ୍ତି ଉଠାଇଛି । ଚୀନର ସାର୍ବଭୌମ ଅଂଚଳରେ ଏହା ଆମେରିକାର ଅନୁପ୍ରବେଶ ଓ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚୀନ କହିଛି । ଦକ୍ଷିଣ ଚୀନ ସାଗରରେ ଆମେରିକାର ନୌସେନା ଯୁଦ୍ଧାଭ୍ୟାସ କରୁଥିବାବେଳେ ଚୀନ ତାହାକୁ ବିରୋଧ କରୁଛି । କିନ୍ତୁ ଏହା ଅନ୍ତର୍ଜାତୀୟ ଜଳସୀମାରେ ରହୁଥିବାରୁ ଏପରି କରିବା ବେଆଇନ ନୁହେଁ ବୋଲି ଆମେରିକା କହିଛି ।

ଆମେରିକା ନୌସେନା ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୧୬ରେ ୟୁଏସ ବେନଫୋଲଡ ନିଜର ଦକ୍ଷିଣଚୀନ ସାଗର ସ୍ଥିତ ସ୍ପ୍ରାଟଲି ଦ୍ବୀପ ନିକଟରେ ଅତିକ୍ରମ କରିଥିଲା । ଫ୍ରିଡମ ଅଫ ନାଭିଗେସନ ଓ ଅନ୍ତର୍ଜାତୀୟ ଆଇନକୁ ପାଳନ କରି ଏହା କରାଯାଇଛି । ସୂଚନାଯୋଗ୍ୟ ଯେ, ଦକ୍ଷିଣ ଚୀନ ସାଗରକୁ ନିଜର ଅଂଚଳ ବୋଲି ଦାବି କରୁଛି ଚୀନ । ଏଣୁ ଏଠାରେ ଥିବା ସ୍ପ୍ରାଟଲି ଓ ପାରାସଲ ଦ୍ବୀପକୁ ନିଜର ବୋଲି କହୁଛି ଚୀନ । କିନ୍ତୁ ଦକ୍ଷିଣ ପୂର୍ବ ଏସିଆର ଅନ୍ୟ ଦେଶ, ଆମେରିକା ଓ ଅଷ୍ଟ୍ରେଲିଆ ଏହା ଅନ୍ତର୍ଜାତୀୟ ଜଳକ୍ଷେତ୍ର ମଧ୍ୟରେ ଆସୁଛି ବୋଲି କହୁଛନ୍ତି । ଅନ୍ତରାଜାତୀୟ ଜଳ କ୍ଷେତ୍ର ମଧ୍ୟରେ ଜାହାଜ ଚଳାଇବା ସମସ୍ତଙ୍କ ଅଧିକାର ବୋଲି ଏସବୁ ଦେଶ କହୁଛନ୍ତି ।

Also Read  ଦ୍ଵିତୀୟ ପର୍ଯ୍ୟାୟରେ ୧୩ ବୁଥରେ ସାନି ମତଦାନ ନେଇ ପ୍ରସ୍ତାବ

LEAVE A REPLY

Please enter your comment!
Please enter your name here