ନୂଆପଡ଼ାରେ ଭାଲୁ ଆତଙ୍କ; ଆକ୍ରମଣରେ ୩ ଯୁବକ ମୃତ, ୨ଗୁରୁତର

0
144
three-men-were-killed-in-bear-attack-in-nuapada

ନୂଆପଡା: ଜଙ୍ଗଲରେ ଭାଲୁ-ମଣିଷ ମୁହାଁମୁହିଁ । ନୂଆପଡାରେ ଭାଲୁ ଆକ୍ରମଣରେ ଚାଲିଗଲା ତିନି ଯୁବକଙ୍କ ଜୀବନ । ଲଖନା ଥାନା ସମରସିଂ ଗାଁ ନିକଟରେ ଭାଲୁ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ମାନେ ହେଲେ ରତନ ମାଝି, ନକୁଲ ମାଝି ଏବଂ ରବି ରଣା । ଗାଁର କୁନା ମାଝି ଓ ପରମେଶ୍ୱର ମାଝି ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଗତକାଲି ସକାଳେ ସମରସିିଂ ଗାଁର ଦୁଇ ଜଣ ଯୁବକ ନୂଆପଡା ରେଞ୍ଜ ଡୁଆଡେନ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ । ହେଲେ ସନ୍ଧ୍ୟା ସୁଦ୍ଧା ନଫେରିବାରୁ ତାଙ୍କୁ ଖୋଜିବାକୁ ଯାଇଥିଲେ ତିନି ଜଣ ଯୁବକ । ଏହି ସମୟରେ ଜଙ୍ଗଲି ଭାଲୁ ଆକ୍ରମଣରେ ତିିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ସେପଟେ ଜଙ୍ଗଲ ମଝିରୁ ଭାଲୁର ମୃତଦେହ ମଧ୍ୟ ଜବତ ହୋଇଛି । ଖବର ପାଇ ବନବିଭାଗ ଓ ଅଗ୍ନିସମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ମୃତଦେହ ଓ ମୃତ ଭାଲକୁ ଜବତ କରି ତଦନ୍ତ କରୁଛନ୍ତି ।

Also Read  Ministry of Power issued more than 38 lakhs Energy Savings Certificates to Industries

LEAVE A REPLY

Please enter your comment!
Please enter your name here