ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ବାହାଘର

0
296

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଆଜି ବିବାହ କରିବେ। ଚଣ୍ଡିଗଡ଼ ସ୍ଥିତ ନିଜ ବାସଭବନରେ ମାନ୍‌ଙ୍କ ବିବାହ ଉତ୍ସବର ଆୟୋଜନ କରାଯାଇଛି। ୪୮ ବର୍ଷୀୟ ମାନ୍‌ ତାଙ୍କଠାରୁ ୧୬ ବର୍ଷ ଛୋଟ ଡ. ଗୁରପ୍ରୀତ କୌରଙ୍କୁ ବିବାହ କରିବେ। ବିବାହ ଉତ୍ସବରେ କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିବାହ ଉତ୍ସବରେ ଯୋଗ ଦେବେ। କେବଳ ସେତିିକି ନୁହେଁ, ମାନ୍‌ଙ୍କ ବିବାହରେ ବାପା ହୋଇ ରୀତି ବି ପୂରା କରିବେ ଅରବିନ୍ଦ କେଜ୍ରିୱାଲ୍‌। ଏ ନେଇ ରାଘବ ଚଡ୍ଡା ସୂଚନା ଦେଇଛନ୍ତି।

ସୂଚନାରୁ ଜାଣିବାକୁ ମିିଳିଛି ଯେ ଆଉ ମାତ୍ର କିଛି ସମୟ ମଧ୍ୟରେ ଚଣ୍ଡିଗଡ଼ରେ ପହଞ୍ଚିବେ କେଜ୍ରିୱାଲ୍‌। ସେ ଅପରାହ୍ନ ୩.୩୦ରେ ଚଣ୍ଡିଗଡ଼ରୁ ପୁଣି ଦିଲ୍ଲୀ ଫେରିଯିବେ। ମାନ୍‌ଙ୍କର ଏହା ଦ୍ବିତୀୟ ବିବାହ। ୬ ବର୍ଷ ପୂର୍ବେ ମାନ୍‌ଙ୍କର ଛାଡ଼ପତ୍ର ହୋଇସାରିଛି। ମାନ୍‌ ଏବଂ ତାଙ୍କ ପ୍ରଥମ ପତ୍ନୀ ଇନ୍ଦରପ୍ରୀତ କୌର ୨୦୧୫ ମାର୍ଚ୍ଚରେ ଛାଡ଼ପତ୍ର ପାଇଁ ମୋହାଲି କୋର୍ଟରେ ଆବେଦନ କରିଥିଲେ। ଇନ୍ଦରପ୍ରୀତ କୌର ଏବଂ ତାଙ୍କ ୨ ପିଲା ଦିଲଶାନ ଏବଂ ସିରତ ଏବେ ଆମେରିକାରେ ରହୁଛନ୍ତି। ମାନ୍‌ଙ୍କ ବିବାହ ଉତ୍ସବ ନିରାଡ଼ମ୍ବର ହେବ। ବିବାହରେ ସରକାରୀ ଅର୍ଥ ପ୍ରୟୋଗ ହେବନାହି ଏବଂ ମାନ୍‌ ନିଜେ ବିବାହର ସବୁ ଖର୍ଚ୍ଚ ବହନ କରୁଛନ୍ତି। ଡ. ଗୁରପ୍ରୀତ କୌର ହରିୟାଣା କୁରୁ‌‌କ୍ଷେତ୍ର ଜିଲ୍ଲା ବାସିନ୍ଦା ଏବଂ ସେ ଏକ ସାଧାରଣ ପରିବାରର ବୋଲି ଜଣାପଡ଼ିଛି।

Also Read  ଆଜି ୧୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ନେଇ ସତର୍କତା ଜାରି