ଆକାଶଛୁଆଁ ଟମାଟୋ ଦର: ପରିବା ଡାଲାରୁ ଟମାଟୋ ଉଭାନ୍‌: ରାଜଧାନୀରେ ୧୦୦ ଟପିଲା ଦାମ

0
461

ଭୁବନେଶ୍ୱର: ରାଜଧାନୀରେ ୧୦୦ ଟପିଲା ଟମାଟୋ ଦର। କିଛି ଦିନ ହେଲା ଆକାଶ ଛୁଆଁ ହୋଇଛି ଦର। ଗୋଟିଏ ସପ୍ତାହ ଧରି ୮୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଆଜି ୧୨୦ରେ ପହଞ୍ଚିଛି। ଖାଉଟିଙ୍କ ଘରୁ ଉଭାନ୍‌ ହୋଇଗଲାଣି ଟମାଟୋ। ଉଚ୍ଚା ଦାମ ଯୋଗୁଁ ଅଳ୍ପ ପରିମାଣର ଟମାଟୋ କିଣି କାମ ଚଳାଇ ନେଉଛନ୍ତି ଗ୍ରାହକ।

ରାଜ୍ୟରେ ଏବେ ଟମାଟୋ ଉତ୍ପାଦନ ହେଉନି। ବାହାର ରାଜ୍ୟ ଉପରେ ନିର୍ଭର କରୁଛନ୍ତି ବ୍ୟବସାୟୀ। ରାଜ୍ୟ ବାହାରୁ ଆସୁଥିବାରୁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ଦର। ଫଳରେ ରେଟ୍‌ ବଢୁଛି । ମହଙ୍ଗା ମାଡରେ ଲୋକେ ହନ୍ତସନ୍ତ ହେଉଥିବାବେଳେ ଦିନକୁ ଦିନ ବୃଦ୍ଧି ପାଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦରର ରେଟ୍‌ ଗ୍ରାହକଙ୍କ ପକେଟକୁ ବେଶ୍‌ ବାଧୁଛି।

Also Read  Plus 2 re-checking/re-addition begins today