ଉତ୍ତରାଖଣ୍ଡ ଢେଲା ନଦୀରେ ଦୁର୍ଘଟଣା: ନଦୀକୁ କାର ଖସି ୯ ମୃତ, ଜଣେ ନିଖୋଜ

0
317
a tourist car-overturned-in-ramnagar-dhela-river 9 died

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ରାମନଗରରେ ଢେଲା ନଦୀରେ ଦୁର୍ଘଟଣା । ନଦୀକୁ ଖସିଲା କାର୍ । ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ କାର୍‌ ନଦୀରେ ଭାସିଯିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ସୁଦ୍ଧା ଜଣେ ନିଖୋଜ ଅଛନ୍ତି । ପଞ୍ଜାବର ପ୍ରାୟ ୧୦ରୁ ଅଧିକ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

କାରଟି ଢେଲା ନଦୀ ଉପରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା । ଖବର ପାଇ ତୁରନ୍ତ ଏନଡିଆରଏଫ, ଅଗ୍ନିଶମ ବିଭାଗ ତଥା ପୁଲିସ୍‌ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଥିବା ବେଳେ ଜଣଙ୍କ ପତ୍ତା ମିଳୁନି। ଏହାବାଦ ଏକ ଛୋଟ ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାଯାଇଛି।

Also Read  Bridge over the Jakhan River in Dehradun collapsed due to heavy rain