ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଆମ୍ବଳିଅଠା ଗାଁର ଏକ ଦୁଃଖଦ ଘଟଣା ଘଟିଯାଇଛି। ଟ୍ରେଡିଂ ଏବଂ ଜୁଆ ଜଣେ ଯୁବକଙ୍କ ଜୀବନ ନେଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ସୌମିତ୍ର। ଫେକ ଆକାଉଣ୍ଟ ଖୋଲି ସାଙ୍ଗ ମାନେ ସୌମିତ୍ରଙ୍କୁ ଜବରଦସ୍ତି ଟଙ୍କା ମାଗିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ନିଜର ଅନିଚ୍ଛା ସତ୍ତ୍ୱେ ସାଙ୍ଗମାନେ ଟ୍ରେଡିଂ ନେଇ ସୌମିତ୍ରଙ୍କ ନାମରେ ଆକାଉଣ୍ଟ ଖୋଲିଥିଲେ । ଯେତେବେଳେ ହାରି ଯାଉଥିଲେ ସେତେବେଳେ ଯୁବକଙ୍କଠୁ ଟଙ୍କା ଆଦାୟ କରୁଥିଲେ ।
ଲକ୍ଷାଧିକ ଟଙ୍କା ହାରିବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ସୌମିତ୍ର । ଚିଠି ଲେଖି ପରିବାର ଲୋକଙ୍କୁ କ୍ଷମା ମାଗିଛନ୍ତି । ବେଙ୍ଗାଲୁରରେ ଇନ୍ଫୋସିସ୍ କମ୍ପାନୀରେ କାର୍ଯ୍ଯ କରୁଥିଲେ ସୌମିତ୍ର । ଫେକ ଆକାଉଣ୍ଟ ଖୋଲି ସାଙ୍ଗ ମାନେ ସୌମିତ୍ରଙ୍କୁ ଜବରଦସ୍ତି ଟଙ୍କା ମାଗିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଲକ୍ଷାଧିକ ଟଙ୍କା ଦେବା ପରେ ଆଉ ବାକି ଟଙ୍କା ନଦେଇ ପାରିବାରୁ ଜଳେଶ୍ୱର ଥାନାରେ ମାମଲା ପହଞ୍ଚିଥିଲା । ପରେ ଜମି ବିକ୍ରି କରି ୧୨ ଲକ୍ଷ ଟଙ୍କା ଶୁଝିଥିବା ସୌମିତ୍ରଙ୍କ ବାପା କହିଛନ୍ତି ।

























