ଟି-୨୦ ମ୍ୟାଚ ଟିକେଟ୍‌ ପାଇଁ ବାରବାଟୀ ମହିଳା ଟିକେଟ କାଉଣ୍ଟରରେ ଧସ୍ତାଧସ୍ତି, ପୋଲିସର ମୃଦୁ ଲାଠିଚାର୍ଜ

0
344
unforeseen-situation-arises-during-offline-sale-of-ticket-at-cuttack barabati-stadium

କଟକ: ବାରବାଟୀରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଟିକେଟ କାଉଣ୍ଟରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରୁ ଅପେକ୍ଷା କରି ରହିଥିଲେ କ୍ରିକେଟ ପ୍ରେମୀ। ମାତ୍ର ଟିକେଟ୍‌ ନେବା ପାଇଁ ବାରବାଟୀ ଷ୍ଟାଡିୟମ୍‌ ଟିକେଟ୍‌ କାଉଣ୍ଟରରେ ଧସ୍ତାଧସ୍ତି ହୋଇଛନ୍ତି ଲୋକେ । କମିଶନରେଟ ପୁଲିସ ପ୍ରଥମେ ବୁଝାଇବାକୁ ଚେଷ୍ଟା କରିଥିଲା। ମାତ୍ର ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଲାଠି ଚାର୍ଜ କରିଥିଲା। ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପୁଣି ଥରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା।

ସୂଚନା ଅନୁସାରେ, ବାରବାଟୀରେ ଟିକେଟ୍ ନେବା ପାଇଁ ମହିଳା ଛିଡା ହୋଇଥିବା କାଉଣ୍ଟରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଟିକେଟ କାଉଣ୍ଟର ସାମ୍ନାରେ ଟିକେଟ ପାଇଁ ମହିଳାଙ୍କ ଭିତରେ ମାରପିଟ ହେଉଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଅଟକାଇଥିବା ବେଳେ ଅନ୍ୟପଟେ ଲାଇନରେ ଛିଡ଼ା ହେବାକୁ ନେଇ ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିବା ଦେଖିବାକୁ ମିଳିଛି । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିବା ସତ୍ତ୍ୱେ ଲୋକମାନେ ନ ମାନିବାରୁ ପରେ ପୋଲିସ ପକ୍ଷରୁ ଲାଠିଚାର୍ଜ ହୋଇଥିବା ସୂଚନା ମିଳିଛି ।

Also Read  ଆକସ୍ମିକ ଗ୍ରେନେଡ୍‌ ବିସ୍ଫୋରଣ ଘଟି ‘ଏଲ୍‌ଓସି’ରେ ପାଟ୍ରୋଲ୍‌ ଡିୟୁଟି କରୁଥିବା ୨ ସେନା କର୍ମଚାରୀ ସହିଦ