ବାସ୍ତୁ ଟିପ୍ସ: ଘରର କେଉଁ ଦିଗରୁ ଶୁଭ ଓ ଅଶୁଭ ଫଳ ମିଳେ, ଆସନ୍ତୁ ଜାଣିବା…

0
830
vastu-tips for sweet House

ଘରର ପ୍ରତ୍ୟେକ ସାମଗ୍ରୀକୁ ସଠିକ ସ୍ଥାନରେ ରଖିବା ପୂର୍ବରୁ କେଉଁ ସ୍ଥାନ ଶୁଭ ଏବଂ କେଉଁ ସ୍ଥାନ ଅଶୁଭ ତାହା ଜାଣିବା ନିହାତି ଦରକାର। ଅଶୁଭ ସ୍ଥାନରେ ଯେକୋୖଣସି ସାମଗ୍ରୀ ରଖିଲେ ତାହା ଘର ପାଇଁ ବିପଦ ଅର୍ଥାତ ନକରାତ୍ମକ ଶକ୍ତି ଆଣିଥାଏ। ବାସ୍ତୁ ଅନୁସାରେ କିଛି ନିୟମ ରହିଛି, ଯାହାକୁ ପାଳନ କରିବା ଦ୍ବାରା ଘରର ପବିତ୍ରତା ବଜାୟ ରହେ। ଏମିତି କିଛି ନିୟମ ଅଛି ଯାହ ଆମ ସମସ୍ତଙ୍କୁ ଜାଣି ରଖିବା ଉଚିତ।

୧. ଘରର ମୁଖ୍ୟ ଦ୍ବାର ପୂର୍ବ କିମ୍ବା ଉତ୍ତର ଦିଗରେ ରହିଲେ ଭଲ। ଯଦି ଏମିତି ନ ଥାଏ ତେବେ ଘର ସମ୍ମୁଖରେ ଏକ ସ୍ବସ୍ତିକ କିମ୍ବା ଶ୍ରୀ ଗଣେଶଙ୍କ ଫଟୋ ଚିହ୍ନ ଲଗାନ୍ତୁ।

୨. ଘରର ମୁଖ୍ୟ ଦ୍ବାରରେ ତୁଳସୀ ଗଛ ଲଗାଇବା ଉଚିତ। ସକାଳୁ ସକାଳୁ ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରିବା ଭଲ। ସନ୍ଧ୍ୟାରେ ଗଛ ମୂଳରେ ଦୀପ ଜଳାଇବା ଭଲ। ପୂର୍ବ କିମ୍ବା ଉତ୍ତର ଦିଗରେ ତୁଳସୀ ଗଛ ଲଗାଇଲେ ଘରକୁ ସକରାତ୍ମକ ଶକ୍ତି ଆସିଥାଏ।

୩. ଘରର କବାଟ ଏବଂ ଝରକା ସଂଖ୍ୟା ତଥା ୨,୪,୬,୮ ଏବଂ ୧୦ରେ ରହିଲେ ଶୁଭ। କବାଟ ଓ ଝରକାର ମୁହଁ ଭିତର ପଟୁ ଖୋଲିଲେ ଶୁଭ ଫଳ ମିଳିଥାଏ।

୪. ଧନ ବଢ଼ାଇବାକୁ ଚାହୁଁଥିଲେ ଆଲମିରା ତଥା ବାକ୍ସର ମୁହଁ ଉତ୍ତର କିମ୍ବା ପୂର୍ବ ଦିଗରେ ରଖିବା ଦରକାର।

୫.ସନ୍ଧ୍ୟା ସମୟରେ ଘରକୁ ଅନ୍ଧାର ରଖନ୍ତୁ ନାହିଁ।

୬. ଘର ଭିତରେ ବୁଢ଼ିଆଣୀ ବସା ବାନ୍ଧିବା ଭଲ ନୁହେଁ। ଏହା ରହିଲେ ଘର ଅଶାନ୍ତି ରହେ।

Also Read  ବାସ୍ତୁ ଟିପ୍ସ: ଏହିସବୁ ଗଛ ଘରେ ଥିଲେ ମାଡିଆସିଥାଏ ଘୋର ଅର୍ଥାଭାବ...