ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲି ବେଳେ ବ୍ୟାପକ ହିଂସା

0
3984
violence-during-imran-khans-protest-march

ଇସଲାମାବାଦ: କ୍ଷମତା ପରିବର୍ତ୍ତନ ପରେ ପାକିସ୍ତାନରେ ସ୍ଥିତି ସୁଧାରିବା ପରିବର୍ତ୍ତେ ବିଗିଡ଼ିବାରେ ଲାଗିଛି। ନିର୍ବାଚନ କରିବା ଦାବିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଦଳ ପାକିସ୍ତାନ-ତେହରିକ -ଏ-ଇନସାଫ୍ (ପିଟିଆଇ) ସମର୍ଥକଙ୍କ ସହ ଇସଲାମାବାଦରେ ଏକ ବିଶାଳ ‘ଆଜାଦୀ’ ରାଲି କରିଛନ୍ତି। ତେବେ ଏହି ରାଲି ବେଳ ବ୍ୟାପକ ହିଂସା ଘଟିଛି।

ବିକ୍ଷୋଭକାରୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷର ଖବର ମଧ୍ୟ ଆସୁଛି। ଇମ୍ରାନଙ୍କ ସମର୍ଥକମାନେ ଏକ ମେଟ୍ରୋ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି। ପିଟିଆଇ ଦଳର ନେତା ଫୱାଦ୍ ଚୌଧୁରୀ କହିଛନ୍ତି ଯେ ସେଣ୍ଟ୍ରାଉସ୍ ବ୍ରିଜ୍ ଉପରେ ଇମ୍ରାନ ଖାନ ସମର୍ଥକଙ୍କୁ ସମ୍ବୋଧିତ କରିବେ। ହିଂସାକୁ ଦୃଷ୍ଟିରେ ରଖି ଇସଲାମାବାଦରେ ବ୍ୟାପକ ସେନା ମୁତୟନ କରାଯାଇଛି ।

ଇମ୍ରାନଙ୍କ ଗାଡ଼ି ସ୍ବାବିୱାଲିରୁ ବାହାରି ଶ୍ରୀନଗର ରାଜପଥ ଦେଇ (ପାକିସ୍ତାନରେ) ଡି-ଚୌକରେ ପହଞ୍ଚିବ | ଏଥିପାଇଁ ତାଙ୍କ ଦଳର ବହୁ କର୍ମୀ ଓ ନେତା ପୂର୍ବରୁ ହିଁ ଡି-ଚୌକରେ ଡେରା ପକାଇ ଅଛନ୍ତି । ତେବେ ସେଠାରୁ ପିଟିଆଇ ସମର୍ଥକଙ୍କୁ ହଟାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି । ଏପରିକି ପୋଲିସ ଫାଙ୍କା ଗୁଳିଚାଳନା କରିଥିବା ଜଣାପଡିଛି |

ଶାହବାଜ ସରିଫଙ୍କ ସରକାର କହିଛନ୍ତି ଯେ ଇମ୍ରାନଙ୍କ ସମର୍ଥକମାନେ ସୁପ୍ରିମକୋର୍ଟ, ସଂସଦ ଗୃହ, ପିଏମ ହାଉସ, ପ୍ରେସିଡେନ୍ସି, ପାକିସ୍ତାନ ସଚିବାଳୟ ଏବଂ କୂଟନୈତିକ ଏନକ୍ଲେଭକୁ ଟାର୍ଗେଟ କରିପାରିନ୍ତି।

ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ସମର୍ଥକଙ୍କୁ ଅଟକାଇବା ପାଇଁ ମଧ୍ୟ ଉଦ୍ୟମ ହେଉଛି। ପାକିସ୍ତାନ ମୁସଲିମ ଲିଗ୍ (ଏନ) ର କର୍ମକର୍ତ୍ତାମାନେ ପଞ୍ଜାବ ଏବଂ ଖାଇବର ପାଖ୍ଟନଖୱାଠାରେ ଅନେକ ପ୍ରମୁଖ ରାସ୍ତା ଅବରୋଧ କରିଛନ୍ତି।

Also Read  ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘର ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ