ପେଟ କମାଇବାକୁ ଚାହୁଁଛନ୍ତି କି ? ତେବେ ଦୈନିକ ଖାଦ୍ୟରେ ସାମିଲ କରନ୍ତୁ ଏହି ୪ ପରିବା…

0
472
want-to-lose-weight-include-these-4-vegetable-in-your-daily-diet

ବଦଳୁଥିବା ଜୀବନଚର୍ଯ୍ୟା ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ହେତୁ ବର୍ତ୍ତମାନ ସମୟରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ସେହି ସମସ୍ୟାଗୁଡିକ ମଧ୍ୟରୁ ଲୋକଙ୍କମାନଙ୍କର ପେଟ ବଢ଼ିବା ସମସ୍ୟା ଅନ୍ୟତମ। ଆଜି କାଲି ବାହାରେ ମିଳୁଥିବା ଫାଷ୍ଟ ଫୁଡ୍‌ ଓ ଜଙ୍କ ଫୁଡ୍‌ ଖାଇବା, ଆବଶ୍ୟକ ଅନୁସାରେ ପାଣି ନପିଇବା ଦୈନନ୍ଦିନ ଖାଇବାରେ ସବୁଜ ପନିପରିବା ସାମିଲ ନକରିବା ହେତୁ ଏପରି ସମସ୍ୟା ଦେଖାଯାଉଛି। ସବୁଜ ପନିପରିବା ଖାଇବା ଦ୍ୱାରା ଶରୀରକୁ ଭରପୁର ମାତ୍ରାରେ ନ୍ୟୁଟ୍ରିଏଣ୍ଟ ମିଳିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି । ତାହେଲେ ଆସନ୍ତୁ ଜାଣିବା କେଉଁ ସବୁଜ ପନିପରିବା ଦ୍ୱାରା ଏହି ସମସ୍ୟାରୁ ଆମେ ମୁକ୍ତି ପାଇ ପାରିବା…

ଗାଜର: ମାଟି ତଳେ ହେଉଥିବା ଏହି ମୂଳ ଜାତୀୟ ପରିବାଟି ପେଟର ଚର୍ବି କମାଇବାରେ ବେଶ ସହାୟକ ହୋଇଥାଏ। ଗାଜର ଖାଇବା ଦ୍ୱାରା ଶରୀରରେ କ୍ୟାଲୋରି ସୃଷ୍ଟି ହେବା ସହିତ ମେଟାବୋଲିଜିମ ପ୍ରକ୍ରିୟା ଉନ୍ନତ ହୋଇଥାଏ। ଯାହାଫଳରେ ଶରୀରରେ ଖାଦ୍ୟ ହଜମ ହେବା ପାଇଁ ସହାୟତା ମିଳିଥାଏ ଓ ହଜମ ପ୍ରକ୍ରିୟା ପ୍ରଖର ହୋଇଥାଏ। ତେଣୁ ଆପଣ ଯଦି ଓଜନ ବଢ଼ିବା ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତାହେଲେ ନିୟମିତ ଗାଜର ଖାଆନ୍ତୁ।

ବ୍ରୋକୋଲି: ବ୍ରୋକୋଲି ଶରୀରରେ ଓଜନ କମାଇବାରେ ସହାୟକ ହୋଇଥାଏ। ଏଥିରେ ଭିଟାମିନ-ସି, ଓ କ୍ୟାଲସିଅମ ଭଳି ନ୍ୟୁଟ୍ରିଏଣ୍ଟସ ମିଳିଥାଏ । ଭିଟାମିନ-ସି ଦ୍ୱାରା ପେଟରେ ଫ୍ୟାଟ୍‌ ଏନର୍ଜି କମିଥାଏ। ଏହା ଏକ ହାଇ କ୍ରାବ୍‌ ପରିବା ହୋଇଥିବାରୁ ପେଟରେ ଚର୍ବି କମାଇବାରେ ସହାୟକ ହୋଇଥାଏ।

ପାଳଙ୍ଗ ସାଗ: ଏହି ସବୁଜପତ୍ର ବା ସାଗକୁ ଯଦି ସାଲାଡରେ ବ୍ୟବହାର କରାଯାଏ ତାହେଲେ ଶରୀର ପାଇଁ ବହୁତ ଉପକାରି ହୋଇଥାଏ। ପାଳଙ୍ଗ ସାଗ ଖାଇବା ଦ୍ୱାରା ପେଟର ଫ୍ୟାଟ କମାଇବାରେ ସହାୟକ ହୋଇଥାଏ। ଏଥିରୁ ଭିଟାମିନ-ଏ, ଭିଟାମିନ-ସି, ଭିଟାମିନ-କେ, ଆଇରନ ଓ ପୋଟାସିୟମ ଭଳି ନ୍ୟୁଟ୍ରିଏଣ୍ଟସ୍ ମିଳିଥାଏ।

ଲାଲ୍‌ କ୍ୟାପ୍ସିକମ: ଲାଲ୍‌ କ୍ୟାପ୍ସିକମକୁ ସ୍ୱାଦିଷ୍ଟ ଖାଦ୍ୟ ତିଆରି କରିବା ସମୟରେ ବ୍ୟବହାର କରାଯାଏ। ଏଥିରେ ସୋଡ଼ିୟମ, କାର୍ବୋହାଇଟ୍ରେଟ, ଫାଇବର, ସୁଗର, ପ୍ରୋଟିନ, ଭିଟାମିନ ସି ଭଳି ଅନେକ ନ୍ୟୁଟ୍ରିଏଣ୍ଟସ ମହଜୁଦ ରହିଛି। ଏହି କ୍ୟାପ୍ସିକମକୁ ଖାଇବା ଦ୍ୱାରା ପେଟରୁ ଚର୍ବି କମିଥାଏ ବୋଲି ବହୁତ କମ୍‌ ଲୋକ ଜାଣିଥାଆନ୍ତି ।

Also Read  ଭୁଲରେ ବି ମୁହଁରେ ଲଗାନ୍ତୁ ନାହିଁ ଏହି ଜିନିଷ, ନଚେତ୍ ଭୋଗିବେ ଭୟଙ୍କର ପରିଣାମ