ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ; ସପିଂ ମଲ୍‌ ଓ ଦୋକାନରେ ନୋ ମାସ୍କ ନୋ ଏଣ୍ଟ୍ରି ଲେଖିବାକୁ ନିର୍ଦ୍ଦେଶ

0
328
wearing of masks mandatory-in-New Delhi

ବ୍ରହ୍ମପୁର: ବ୍ରହ୍ମପୁରରେ କଡ଼ାକଡ଼ି ହେଲା କୋଭିଡ୍ ଗାଇଡଲାଇନ୍। ବ୍ରହ୍ମପୁରରେ ମାସ୍କ ହେଲା ବାଧ୍ୟତାମୂଳକ । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଭୁବନେଶ୍ୱର, କଟକ ଓ ସମ୍ବଲପୁର ପରେ ଆଜି ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କରୋନା କଟକଣା ମାନିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ପ୍ରଶାସନ ପକ୍ଷରୁ ବଧ୍ୟତମୂଳକ କରାଯାଇଛି। ମନ୍ଦିର, ପାର୍କ, ବଜାରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସପିଂ ମଲ୍‌ ଓ ଦୋକାନରେ ନୋ ମାସ୍କ ନୋ ଏଣ୍ଟ୍ରି ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୋ ମାସ୍କ ନୋ ଗୁଡସ୍‌ ବା ମାସ୍କ ନାହିଁ ତ ଜିନିଷ ନାହିଁ ଲେଖିବାକୁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ।

ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ନୂଆ ଗାଇଡଲାଇନ୍‌ ଅନୁଯାୟୀ, ଏଣିକି ସର୍ବ ସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପଡ଼ିବ। ସପିଂ ମଲ୍, ଦୋକାନରେ NO MASK, NO ENTRY, NO MASK , NO GOODS ଲେଖାଯିବ । ମାସ୍କ ନ ପିନ୍ଧିଲେ ମିଳିବନି ପେଟ୍ରୋଲ । ସରକାରୀ ଓ ଘରୋଇ ଅଫିସ୍‌ରେ ମଧ୍ୟ ମାସ୍କ ପିନ୍ଧିବାକୁ ପଡ଼ିବ । ଧର୍ମାନୁଷ୍ଠାନ, ପାର୍କ ଭଳି ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ପାଳନ କରିବାକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଙ୍ଘନ କଲେ ଜରିମାନା ଗଣିବାକୁ ପଡ଼ିବ ବୋଲି ମଧ୍ୟ କୁହାଯାଇଛି।

Also Read  ଶ୍ରୀମନ୍ଦିରର ସ୍ଥାବର ସମ୍ପତ୍ତିକୁ ବିକ୍ରି ପାଇଁ ଦରକାର ପଡ଼ିବନି ସରକାରଙ୍କ ଅନୁମୋଦନ