ଗହମ ରପ୍ତାନୀ ବନ୍ଦ କରିବାକୁ ଭାରତର ଘୋଷଣା ପରେ ୟୁରୋପୀୟ ବଜାରରେ ଅସ୍ଥିରତା, ରେକର୍ଡ ସ୍ତରରେ ଗହମ ମୂଲ୍ୟ

0
486
wheat-prices-surged-to-a-new-record-high-on-monday-after-india-export-ban

ନୂଆଦିଲ୍ଲୀ: ଗହମ ରପ୍ତାନୀ ଉପରେ ଭାରତ ସରକାର କଟକଣା ଲଗାଇବା ପରେ ଏହାର ପ୍ରଭାବ ବିଶ୍ୱ ବଜାରରେ ଅନୁଭୂତ ହେଲାଣି। ଏଥିଯୋଗୁ ଖାଦ୍ୟ ସଙ୍କଟ ଘନୀଭୂତ ହେବା ଆଶଙ୍କା ଦେଖାଦେଲାଣି। ଅନ୍ତଃରାଷ୍ଟ୍ରୀୟ ବଜାରରେ ଏକ ବୁଶଲ ବା ୨୫.୪୦ କେଜି ଗହମ ଦାମ ୫.୯% ବଢ଼ି ୧୨.୪୭ ଡଲାରରେ ପହଞ୍ଚିଗଲାଣି। ଭାରତ ତରଫରୁ ଏହାର ରପ୍ତାନୀ ଉପରେ କଟକଣା ଲଗାଯିବା ପରଠୁ ଏହା ଦାମରେ ପ୍ରାୟ ୬ % ବଢ଼ି ସାରିଲାଣି।

ସୋମବାର ମାର୍କେଟ ଖୋଲିବା କ୍ଷଣି ବଜାରରେ ଗହମ ଦାମ ୪୩୫ ୟୁରୋ (ଭାରତୀୟ ମୁଦ୍ରାରେ ୩୫୨୦୦ ଟଙ୍କା) ପ୍ରତି ଟନ୍‌ ପହଞ୍ଚିଯାଇଥିଲା । ଅନ୍ୟପଟେ ଚଳିତ ବର୍ଷ ଫେବୃଆରୀରେ ୟୁକ୍ରେନ ଉପରେ ଋଷର ଯୁଦ୍ଧ ଘୋଷଣା ପରେ ସ୍ଥିତି ଆହୁରି ବିଗିଡିଯାଇଥିଲା ।

ବିଶ୍ବର ସବୁଠାରୁ ଅଧିକ ଗହମ ଉତ୍ପାଦନ କରୁଥିବା ଦେଶ ଋଷ କିଛି ଦେଶକୁ ରପ୍ତାନୀ ବନ୍ଦ କରିଦେଇଥିଲା । ଯେଉଁଥି ପାଇଁ ଗହମ ନିଅଣ୍ଟ ପରିସ୍ଥିତି ଉପୁଜିବା ଆଶଙ୍କା ଦେଖାଦେଇଥିଲା । ଫଳରେ ବିଶ୍ବ ବଜାରରେ ଗହମ ମୂଲ୍ୟ ଅଚାନକ୍‌ ବୃଦ୍ଧି ଘଟିଥିଲା । ଗତ ବର୍ଷର ରେକର୍ଡ ଦେଖିବାକୁ ଗଲେ, ବିଶ୍ବରେ ମୋଟ ଗହମ ଉତ୍ପାଦନରେ କେବଳ ଋଷ ଏବଂ ୟୁକ୍ରେନର ଯୋଗଦାନ ୧୨ ପ୍ରତିଶତ ରହିଥିଲା । ଉଭୟ ଦେଶ ଗହମ ଉତ୍ପାଦନରେ ମାଇଲଖୁଣ୍ଟ । କିନ୍ତୁ ଏବେ ଦୁଇ ଦେଶ ମଧ୍ୟରେ ସ୍ଥିତି ଖରାପ ଥିବାରୁ ଦାମ ବୃଦ୍ଧି ଘଟିବା ସ୍ବାଭାବିକ ।

ଅନ୍ୟପଟେ ବିଶ୍ବରେ ଗହମ ଉତ୍ପାଦନକାରୀ ଦେଶମାନଙ୍କ ମଧ୍ୟରେ ଦ୍ବିତୀୟରେ ଥିବା ଭାରତ ଏବେ ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି । କମ ଉତ୍ପାଦନ ଏବଂ ବୈଶିକ ବଜାରରେ ଗହମର ଅହେତୁକ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶର ୧୪୦ କୋଟି ଲୋକଙ୍କ ପାଇଁ ଚିନ୍ତିତ ଅଛି ଭାରତ ।

Also Read  ଫେବ୍ରୁଆରୀ ୧୦ରୁ ୫ ରାଜ୍ୟରେ ମତଦାନ : ରାଲି, ସମାବେଶ ଉପରେ ଲାଗିଲା ରୋକ