ଶୋଇଥିବା ବେଳେ ମା- ଝିଅକୁ ଦଂଶିଲା ସାପ, ଚାଲିଗଲା ଉଭୟଙ୍କ ଜୀବନ

0
156
woman-and-her-daughter-dead-after-being-bitten-by-a-snake in nuapada

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାରା ଗାଁରେ ଅଘଟଣ । ବିଷଧର ସାପ କାମୁଡ଼ାରେ ଚାଲିଗଲା ମା’ଝିଅଙ୍କ ଜୀବନ । ମୃତକ ଦ୍ୱୟ ହେଲେ ନିରାଶ ଶବର ଓ ତାଙ୍କ ଝିଅ ସବିତା ଶବର(୧୪)। ଏହି ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଖାଇ ସାରିବା ପରେ ମା- ଝିଅ ଏକାଠି ଶୋଇଥିଲେ । ଏହି ସମୟରେ ହଠାତ ଏକ ବିଷଧର ସାପଟି ନାବାଳିକା ଝିଅକୁ କାମୁଡିଥିଲା। ଝିଅଟି ଛାଟିପଟି ହେବାରୁ ପାଖରେ ଶୋଇଥିବା ମା ଉଠିପଡିଥିଲେ। ସେ ସାପଟିକୁ ଘଉଡାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସାପଟି ଓଲଟି ପଡି ମାଆଙ୍କୁ ଚୋଟ ମାରିଥିଲା।ଯାହାଫଳରେ ମାଆ ଓ ଝିଅ ଗୁରୁତର ହୋଇଥିଲେ । ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥାରେ ଗୁରୁତର ଥିବାରୁ ବୁର୍ଲା ସ୍ଥିତ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିଲା । ହେଲେ ଅଧାରାସ୍ତାରେ ମାଆ ଓ ଝିଅଙ୍କର ମୃତ୍ୟୁ ହୋଇଯାଇଛି । ପରେ ଡାକ୍ତର ତାଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।

Also Read  ଉଦୟପୁର ନରହତ୍ୟା: ଅସହିଷ୍ଣୁଙ୍କ ପ୍ରତି ସହିଷ୍ଣୁ ନ ହେବା ପାଇଁ ଭାରତକୁ ପରାମର୍ଶ ଦେଲେ ଡଚ୍‌ ସାଂସଦ

LEAVE A REPLY

Please enter your comment!
Please enter your name here