ଶ୍ରୀଲଙ୍କାକୁ ୧୬ କୋଟି ଡଲାର ସହାୟତା ଦେଲା ବିଶ୍ୱ ବ୍ୟାଙ୍କ

0
182
world-bank-has-provided-160-million-dollar-in-aid-to-sri-lanka

ଶ୍ରୀଲଙ୍କା: ଘୋର ଆର୍ଥକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ବିଶ୍ୱ ବ୍ୟାଙ୍କ ୧୬ କୋଟି ଡଲାର ସହାୟତା ପ୍ରଦାନ କରିଛି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱକ୍ରିମସିଂଘେ କହିଛନ୍ତି ଏହି ଟଙ୍କାରେ ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ଇନ୍ଧନ, ଗ୍ୟାସ କିଣିବା ପାଇଁ କିଛି ଟଙ୍କା ଖର୍ଚ୍ଚ କରାଯିବ । ବୁଧବାର ସଂସଦରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱ ବ୍ୟାଙ୍କର ଏହି ଟଙ୍କାର କିଛି ଅଂଶ ଆମେ ସମସ୍ୟାର ସମାଧାନ ପାଇଁ ଖର୍ଚ୍ଚ ପାଇଁ ଚିନ୍ତା କରୁଛୁ ।

ଦେଶରେ ଯେଉଁ ବିରୋଧ ପ୍ରଦର୍ଶନ ଚାଲିଛି ଏହାକୁ ଦେଖି କେଉଁଭଳି ଆଉ କେତେ ପରିମାଣର ଟଙ୍କା ଖର୍ଚ୍ଚ ହେବ ସେ ନେଇ ଚିନ୍ତା କରାଯାଉଛି । ସୋମବାର ଜଣାପଡିଥିଲା ଯେ ଦେଶରେ କେବଳ ଗୋଟିଏ ଦିନ ପାଇଁ ପଟ୍ରୋଲ ରହିଛି । ପ୍ରଧାନମନ୍ତ୍ରୀ ରାନିଲ ୱକ୍ରିମସିଂଘେ ପ୍ରଥମରୁ କହିଛନ୍ତି ତାଙ୍କର ପ୍ରଥମ ଲକ୍ଷ୍ୟ ଦେଶକୁ ବଞ୍ଚାଇବା । କୌଣସି ବ୍ୟକ୍ତି କିମ୍ବା ପରିବାରକୁ ବଞ୍ଚାଇବା ମୋର ଦାୟିତ୍ୱ ନୁହେଁ ।

ୱକ୍ରିମସିଂଘେ କହିଛନ୍ତି, ବିଶ୍ୱବ୍ୟାଙ୍କରୁ ୧୬ କୋଟି ଡଲାର ସହାୟତା ମିଳିଛି । ଏସିଆ ବିକାଶ ବ୍ୟାଙ୍କରୁ ମଧ୍ୟ ସହାୟତା ମିଳିବାର ଆଶା ରହିଛି । ସେ କହିଛନ୍ତି ବିଶ୍ୱବ୍ୟାଙ୍କରୁ ମିଳୁଥିବା ଟଙ୍କା ଇନ୍ଧନ କିଣିବାରେ ବ୍ୟବହାର କରାଯାଇପାରିବ ନାହିଁ । ୱକ୍ରିମସିଂଘେ ଆହୁରି ମଧ୍ୟ କହିଛନ୍ତି ଆମେ ଚିନ୍ତା କରିଛୁ ଏହି ଟଙ୍କାର କିଛି ଅଂଶ ଆମେ ଇନ୍ଧନ କିଣିବାରେ ଖର୍ଚ୍ଚ କରିପାରିବୁ ।

Also Read  ଗ୍ୟାଙ୍ଗଷ୍ଟର ଛୋଟା ସକିଲର ୨ ସହଯୋଗୀଙ୍କୁ ଜେଲ ପଠାଇଲେ ଏନଆଇଏ ସ୍ୱତନ୍ତ୍ର ଅଦାଲତ

LEAVE A REPLY

Please enter your comment!
Please enter your name here