ଆଜି ବିଶ୍ବ ମ୍ୟାଲେରିଆ ଦିବସ

0
410

ୟୁନେସ୍କୋ ଅନୁମୋଦନରେ ପ୍ରତିବର୍ଷ ଏପ୍ରିଲ ୨୫ରେ ବିଶ୍ବ ମ୍ୟାଲେରିଆ ଦିବସ ପାଳନ କରାଯାଏ। ୨୦୦୭ରେ ବିଶ୍ବ ସ୍ବାସ୍ଥ୍ୟ ସଂଘ ଏହି ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଦେଲା। ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ପରାମର୍ଶ ନିଆଯିବା ପରେ ଏପ୍ରିଲ ୨୫ ମ୍ୟାଲେରିଆ ଦିବସ ଭାବେ ପାଳିତ ହେଲା। ବିଶ୍ବର ୧୦୬ଟି ଦେଶରେ ଏହି ରୋଗ ବ୍ୟାପିବାର ସବୁଠୁ ଅଧିକ ଭୟ ରହିଛି। ତାଲିକାର ଶୀର୍ଷରେ ଆଫ୍ରିକା ମହାଦେଶ ଅଛି। ୨୦୧୨ରେ ମ୍ୟାଲୋରିଆରେ ଆକ୍ରାନ୍ତ ହୋଇ ଆଫ୍ରିକାରେ ୬ଲକ୍ଷରୁ ଅଧିକ ଶିଶୁ ପ୍ରାଣ ହରାଇଥିଲେ।

ଲୋକଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଆଫ୍ରିକାରେ ଗାଁଗହଳିରେ ଲୋକମାନଙ୍କୁ ସରକାରଙ୍କ ତରଫରୁ ମଶାରି ଓ ଅନ୍ୟାନ୍ୟ ପ୍ରତିଷେଧକମୂଳକ ମାଗଣାରେ ଦିଆଯାଏ। ଘର ପାଖରେ ପାଣି ଜମିବା, ଅପରିଷ୍କାର ନାଳନର୍ଦମା କାରଣରୁ ଏହି ମ୍ୟାଲେରିଆ ରୋଗ ବ୍ୟାପେ। ପରିଷ୍କାର, ସ୍ବଚ୍ଛ ପରିବେଶ ସହ ପ୍ରତିଦିନ ମଶାରୀ ଟାଙ୍ଗି ଶୋଇବା ମ୍ୟାଲେରିଆରୁ ରକ୍ଷା ପାଇବାର ମୂଳ ଉପାୟ।

Also Read  ଏକନାଥଙ୍କୁ ଦଳର ସମସ୍ତ ପଦରୁ ହଟାଇଲେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ