ବଡ଼ଭାଇର ମୃତ୍ୟ ଖବର ଶୁଣି ବିଷ ପିଇଦେଇଥିବା ସାନଭାଇର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

0
326
Maoist-Planted IED Blast Killed A 9-Years' Old Girl Near Odisha-Jharkhand Border
Maoist-Planted IED Blast Killed A 9-Years' Old Girl Near Odisha-Jharkhand Border

ପାଟଣାଗଡ: ବଡ ଭାଇର ମୃତ୍ୟୁ ଖବର ଶୁଣି ଦୁଃଖରେ ମ୍ରିୟମାଣ ହୋଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସାନ ଭାଇ । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ ଉପଖଣ୍ଡ ଡାକ୍ତର ଖାନରେ ଭର୍ତ୍ତି କରାଯାଇଥିବାବେଳେ, ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବି ମୃତ୍ୟୁ ହୋଇଛି। ବଲାଙ୍ଗିର ଜିଲ୍ଲା ବେଲପଡା ଥାନା କୁମାରଖୁନ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ସୂଚନା ମୁତାବକ, ଗତକାଲି ସନ୍ଧ୍ୟା ସମୟରେ କୁମାରଖୁନ ଗାଁ ର ଦୀପକ ପୁଟେଲ,ଚନ୍ଦନ ଦହିତା, ଅରକ୍ଷିତ ପୁଟେଲ ଓ ରମେଶ ପୁଟେଲ ମାଲପଡା ସ୍ଥିତ ଗଞ୍ଜାଧର ପ୍ରଜେକ୍ଟର ମୁଖ୍ୟ କେନାଲକୁ ମାଛମାରିବା ପାଇଁ ଯାଇଥିଲେ। ଦୀପକ ପୁଟେଲ ମୁଖ୍ୟ କେନାଲର ଭିତରକୁ ପଶିଥିବା ବେଳେ କିଛି ସମୟ ପର୍ଯ୍ୟନ୍ତ ବାହାରି ନଥିଲେ। କିଛି ସମୟ ପରେ ତାଙ୍କର ମୃତଦେହ ପାଣିରେ ଭାସିଥିଲା । ମୃତଦେହକୁ ଦେଖି ଅନ୍ୟ ସାଥି ମାନେ ତାଙ୍କ ଘରକୁ ଖବର ଦେଇଥିଲେ। ତେବେ ଦୀପକଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ସାନଭାଇ ବିଶ୍ୱଜିତ ପୁଟେଲ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

Also Read  Biju Birth Centenary: Mini Marathon organized in Odisha capital on Sunday