ଆଶାଠୁ କମ୍ ବ୍ୟବସାୟ କରୁଛି ଅକ୍ଷୟଙ୍କ ଫିଲ୍ମ ସମ୍ରାଟ ପୃଥ୍ଵୀରାଜ, ଦ୍ଵିତୀୟ ଦିନରେ ୧୨.୭୫ କୋଟିର ବ୍ୟବସାୟ କଲା ଫିଲ୍ମ

0
694

ନୂଆଦିଲ୍ଲୀ : ଅକ୍ଷୟ କୁମାରଙ୍କ ଫିଲ୍ମ ସମ୍ରାଟ ପୃଥ୍ଵୀରାଜ ଜୁନ୍ ୩ରେ ରିଲିଜ୍ ହୋଇ ସାରିଛି। ଅକ୍ଷୟ କୁମାର ଏବଂ ମାନୁଷୀ ଛିଲରଙ୍କ ଯୋଡ଼ିକୁ ନେଇ ଦର୍ଶକଙ୍କ ମଧ୍ୟରେ ଯେଉଁ ଉତ୍କଣ୍ଠା ଥିଲା ଫିଲ୍ମ ରିଲିଜ୍ ହେବାପରେ ତାହା ଏବେ ଫିକା ପଡ଼ିଯାଇଛି। ରିଲିଜ୍ ହେବାର ପ୍ରଥମ ଦିନ ଫିଲ୍ମ ଆଶା ଠାରୁ କମ୍ ବ୍ୟବସାୟ କରିଛି।
ସମ୍ରାଟ୍ ପୃଥ୍ଵୀରାଜ ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନ ୧୦.୭୦ କୋଟି ବ୍ୟବସାୟ କରିଥିଲା। ସେହିପରି ଦ୍ଵିତୀୟ ଦିନରେ ଫିଲ୍ମ ୧୨.୭୫ କୋଟିର ବ୍ୟବସାୟ କରିଛି।

ବକ୍ସ ଅଫିସରେ ଫିଲ୍ମ ଆଶାନୁରୂପକ ବ୍ୟବସାୟ କରିପାରି ନାହିଁ। ତେବେ ଆଗକୁ ଫିଲ୍ମ ଧମାଲ କରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା। ସମ୍ରାଟ ପୃଥ୍ଵୀରାଜରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଛନ୍ତି। ତାଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ସୋନୁ ସୁଦ୍, ଆଶୁତୋଷ ରାଣା, ସାକ୍ଷୀ ତମ୍ଵର ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ତେବେ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ମାନୁଷୀ ଛିଲର ଓ ଅକ୍ଷୟ କୁମାରଙ୍କ ଯୋଡ଼ି ଦେଖିବାକୁ ମିଳିଛି। ଚନ୍ଦ୍ରପ୍ରକାଶ ଦ୍ଵିବେଦୀ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି।

Also Read  ହ୍ରିତିକ ରୋଶନଙ୍କ ‘ବିକ୍ରମ ଭେଧା’କୁ ବଏକଟ୍ ଦାବି, ଆମୀର ଖାନଙ୍କୁ ସପୋର୍ଟ କରିବା ପଡିଲା ଭାରି

LEAVE A REPLY

Please enter your comment!
Please enter your name here