ଓଡିଶା ରେ ୫୯ ଟି H3N2 ମାମଲା

0
38
ଓଡିଶା ରେ ୫୯ ଟି H3N2 ମାମଲା
ଓଡିଶା ରେ ୫୯ ଟି H3N2 ମାମଲା

ଭୁବନେଶ୍ୱର/ମାର୍ଚ୍ଚ ୧୧

ଓଡିଶା ୫୯ ଟି H3N2 ଇନଫ୍ଲୁଏଞ୍ଜା ମାମଲା ରିପୋର୍ଟ ହେଇଛି । ଭୁବନେଶ୍ୱରର ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ ସେଣ୍ଟର (RMRC) ଅନୁଯାୟୀ, ଜାନୁଆରୀ ଏବଂ ଫେବୃଆରୀରେ ସଂଗୃହିତ ୨୨୫ ଟି ନମୁନା ମଧ୍ୟରୁ ଓଡିଶାରେ ୫୯ଟି H3N2 ଇନଫ୍ଲୁଏଞ୍ଜା ମାମଲା ଦେଖିବାକୁ ମିଳିଛି।

IDSP-IHIP (ସମନ୍ୱିତ ସ୍ୱାସ୍ଥ୍ୟ ସୂଚନା ପ୍ଲାଟଫର୍ମ) ରେ ଉପଲବ୍ଧ ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ H3N2 ସମେତ ବିଭିନ୍ନ ପ୍ରକାରର ଇନଫ୍ଲୁଏଞ୍ଜା ର ୩୦୩୮ ଟି ମାମଲା ମାର୍ଚ୍ଚ ୯ ତାରିଖ ସୁଦ୍ଧା ଚିହ୍ନଟ ହେଇଛି I
ଛୋଟ ପିଲା ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ବୟସ୍କ ବ୍ୟକ୍ତିମାନଙ୍କୁ ଏହା ଅଧିକ ପ୍ରଭାବିତ କରୁଛି I ଏପର୍ଯ୍ୟନ୍ତ କର୍ଣ୍ଣାଟକ ଏବଂ ହରିୟାଣା ରେ H3N2 ଯୋଗୁଁ ଜଣେ ଲେଖାଏଁ ବ୍ୟକ୍ତି ପ୍ରାଣ ହରାଇଛନ୍ତି I
ଏହି ଇନ୍‌ଫ୍ଲୁଏଞ୍ଜା ହେଉଛି ଏକ ତୀବ୍ର ଶ୍ୱାସକ୍ରିୟା ସଂକ୍ରମଣ ଯାହା ଇନ୍‌ଫ୍ଲୁଏଞ୍ଜା ଭୁତାଣୁ ଦ୍ୱାରା ସମଗ୍ର ବିଶ୍ୱରେ ବ୍ୟାପିଥାଏ ଏବଂ ନିର୍ଦ୍ଦିଷ୍ଟ କେତକ ମାସରେ ଏହି ରୋଗରେ ଅଧିକ ଲୋକ ସଂକ୍ରମିତ ହେଇଥାନ୍ତି I

ପ୍ରତିବର୍ଷ ଭାରତରେ ଇନ୍‌ଫ୍ଲୁଏଞ୍ଜା ପ୍ରାୟ ଦୁଇଥର ଆସିଥାଏ I ଗୋଟିଏ ଜାନୁଆରୀ ରୁ ମାର୍ଚ୍ଚ ମଧ୍ୟରେ ଏବଂ ଅନ୍ୟଟି ମୌସୁମୀ ପରବର୍ତ୍ତୀ ସମୟରେ |
H3N2 ଜୀବାଣୁ ଦ୍ୱାରା କର୍ଣ୍ଣାଟକ ଏବଂ ହରିୟାଣା ରେ ଜଣେ ଲେଖାଏଁ ମୃତ୍ୟୁବରଣ କରିବା ପରେ ଓଡିଆ ସରକାର ଏକ ପରାମର୍ଶ ଜାରି କରିଛନ୍ତି।
ପରାମର୍ଶ ଅନୁଯାୟୀ, ଲୋକମାନେ ମାସ୍କ ପିନ୍ଧିବା ଉଚିତ୍ (ଥଣ୍ଡା ଏବଂ କାଶରେ ପୀଡିତ ଲୋକଙ୍କ ପାଇଁ ଜରୁରୀ), ମାସ୍କ ପିନ୍ଧୁ ନ ଥିବା ବେଳେ ଛିଙ୍କିବା ସମୟରେ ରୁମାଲ ବ୍ୟବହାର କରିବା ଏବଂ ପ୍ରଚୁର ପାଣି ପିଇବା ଉଚିତ୍ |

H3N2 ଜୀବାଣୁର ଦ୍ୱାରା ଗଳା ଯନ୍ତ୍ରଣା, ଜ୍ୱର, ମାଂସପେଶୀ ଯନ୍ତ୍ରଣା, କାଶ ଏବଂ ଶ୍ୱାସକ୍ରିୟା ସମସ୍ୟା ଉପୁଜେ I

Also Read  ନିଜ ରିଭଲଭରରୁ ଗୁଳି ଫୁଟି ଗାଙ୍ଗପୁର ଥାନା IIC ଙ୍କ ମୃତ୍ୟୁ

LEAVE A REPLY

Please enter your comment!
Please enter your name here