ଚିରାଗ ପାସୱାନଙ୍କ ବାପାଙ୍କ ବଙ୍ଗଳା ଖାଲି କଲା ସରକାରୀ ଟିମ୍‌

0
380

ନୂଆଦିଲ୍ଲୀ : ଲୋକସଭା ସାଂସଦ ଚିରାଗ ପାସୱାନଙ୍କ ବାପା ରାମବିଳାଶ ପାସୱାନଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳାକୁ ଖାଲି କରାଯାଇଛି। ଏହାପୂର୍ବରୁ ଗତ ବର୍ଷ ତାଙ୍କୁ ଦିଆଯାଇଥିବା ବଙ୍ଗଳା ଛାଡ଼ିବା ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ସେଠାକୁ ଏକ ସରକାରୀ ଟିମ୍‌ ପଠାଯାଇଥିଲା। ସରକାରୀ ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ନିର୍ଦ୍ଦେଶାଳୟର ଏହି ଟିମ୍ ସେଠାରେ ପହଞ୍ଚିବା ପରେ ଲୁଟେନ୍ସ ଦିଲ୍ଲୀର ଜନ୍‌ପଥ୍‌ର ବଙ୍ଗଳାରୁ ଆସବାବପତ୍ର ଏବଂ ଘରକରଣା ସାମଗ୍ରୀ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।

ଲୋକ ଜନଶକ୍ତି ପାର୍ଟି (ଲଜେପି) ର ଅଧିକାରୀକ ଠିକଣା ୧୨ ଜାନପଥ ବଙ୍ଗଳାରୁ ଜିନିଷପତ୍ର ନେଇ ଦୁଇଟି ଟ୍ରକ ବାହାରିଥିବାବେଳେ ଆଉ ତିନୋଟି ଟ୍ରକ ବଙ୍ଗଳା ସମ୍ମୁଖରେ ଛିଡ଼ା ହୋଇଥିଲା । ଜଣେ ଅଧିକାରୀ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀମାନଙ୍କ ପାଇଁ ଏହି ବଙ୍ଗଳା ବ୍ୟବସ୍ଥା କରାଯାଇଛି ଏବଂ ସରକାରୀ ବାସଗୃହର ରହିଥିବା ଲୋକମାନଙ୍କୁ ଖାଲି କରିବାକୁ କୁହାଯାଇଛି।

ଏହି ବଙ୍ଗଳାରେ ପ୍ରାୟ ସମୟରେ ଦଳୀୟ ବୈଠକ ଓ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା। ଦେଶର ପ୍ରମୁଖ ଦଳିତ ନେତାମାନଙ୍କ ମଧ୍ୟରୁ ରାମବିଳାଶ ପାସୱାନଙ୍କର ଜାତୀୟ ରାଜନୀତିରେ ବେଶ୍‌ ଦବ୍‌ଦବା ରହିଥିଲା। ୨୦୨୦ ମସିହାରେ ୭୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ କେନ୍ଦ୍ରରେ ୧୯୮୯ ପାଖରୁ ଅନେକ ସରକାରରେ ମନ୍ତ୍ରୀ ରହିଥିଲେ।

Also Read  ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ବଡ଼ ବୟାନ୍; କହିଲେ ଧର୍ମ ନାଁରେ ଦେଶକୁ ବିଗାଡ଼ୁଛନ୍ତି କିଛି ଲୋକ

LEAVE A REPLY

Please enter your comment!
Please enter your name here