ନାଗାଲାଣ୍ଡ ରେ ଏନଡିପିପି-ବିଜେପି ମିଳିତ ସରକାର

0
198
ନାଗାଲାଣ୍ଡ ରେ ଏନଡିପିପି-ବିଜେପି ମିଳିତ ସରକାର
ନାଗାଲାଣ୍ଡ ରେ ଏନଡିପିପି-ବିଜେପି ମିଳିତ ସରକାର

ଭୁବନେଶ୍ୱର
ମାର୍ଚ୍ଚ ୨
ଶାସକ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି (ଏନଡିପିପି) ଏବଂ ଏହାର ସହଯୋଗୀ ଭାରତୀୟ ଜନତା ପାର୍ଟି (ବିଜେପି) ୬୦ ସଦସ୍ୟ ବିଶିଷ୍ଟ ବିଧାନସଭା ରେ ଏକାଠି ୩୭ ଟି ଆସନ ଜିତିଛନ୍ତି I ତେଣୁ ଏହି ଦୁଇ ଦଳ ମିଶି ନାଗାଲାଣ୍ଡରେ ସରକାର ଗଢିବେ I

୨୦୦୩ ପର୍ଯ୍ୟନ୍ତ ଅନେକ ବର୍ଷ ଧରି ରାଜ୍ୟକୁ ଶାସନ କରୁଥିବା କଂଗ୍ରେସ ୨୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା କିନ୍ତୁ ଗୋଟିଏ ବି ସିଟ ରେ ଜିତିପାରି ନାହିଁ । ଗତ ବିଧାନସଭାରେ ବି କଂଗ୍ରେସର ଜଣେ ବି ପ୍ରତିନିଧି ବିଧାନସଭାକୁ ନିର୍ବାଚିତ ହେଇ ନ ଥିଲେ I
ଗତ ନିର୍ବାଚନ ପରି ଏନଡିପିପି ୨୫ ଟି ସିଟ୍ ଜିତିଛି, ଏହାର ୨୦୧୮ ତୁଳନାରେ 8 ଟି ଅଧିକ। ବିଜେପି ୧୨ ଟି ସିଟ ରେ ବିଜୟଲାଭ କରିଛି I
ଭାରତର ନିର୍ବାଚନ ଆୟୋଗ ଦ୍ୱାରା ଘୋଷିତ ଫଳାଫଳ ଅନୁଯାୟୀ ଜାତୀୟତାବାଦୀ କଂଗ୍ରେସ ପାର୍ଟି 6 ଟି ସିଟ୍ ହାସଲ କରିଛି; ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ କେ ସାଙ୍ଗମାଙ୍କ ଏନପିପି ୫ ଟି ଆସନରେ ଜିତିଥିବା ବେଳେ ଲୋକ ଜନଶକ୍ତି ପାର୍ଟି (ରାମ ଭିଲାସ ପାସୱାନ୍), ନାଗାଲା ପିପୁଲ୍ସ ଫ୍ରଣ୍ଟ ଏବଂ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ରାମଦାସ ଆଥୱାଲେ) ଦୁଇଟି ଲେଖାଏଁ
ସିଟ୍ ରେ ଜିତିଛନ୍ତି I ଜନତା ଦଳ (ୟୁନାଇଟେଡ୍) ଗୋଟିଏ ସିଟ୍ ରେ ଜିତିଥିବା ବେଳେ ଚାରିଟି ସିଟ୍ ରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି ।

ବରିଷ୍ଠ ଏନଡିପିପି ନେତା ତଥା ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନିଫିୟୁ ରିଓ (୭୨) ବର୍ତ୍ତମାନ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ I

ଏନଡିପିପି ଏବଂ ବିଜେପି ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ ଯେ ଯଦି କ୍ଷମତାକୁ ଆସନ୍ତି ତେବେ ରିଓ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ।
ପ୍ରଥମଥର ପାଇଁ ନାଗାଲାଣ୍ଡ ବିଧାନସଭାକୁ ଜଣେ ମହିଳା ବିଧାୟିକା ଭାବରେ ନିର୍ବାଚିତ ହେଇଛନ୍ତି I

ଫେବୃଆରୀ ୨୫ ରେ ମୋଟ ୬୦ ଟି ଆସନ ମଧ୍ୟରୁ ୫୯ ଟି ପାଇଁ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ରାଜ୍ୟର ୧୩.୧୬ ଲକ୍ଷ ଭୋଟର ଭୋଟ ଦେଇଥିଲେ I

Also Read  କେତେକ ବିମାନସେବା ଆମେରିକା ଉଡ଼ାଣ ବାତିଲ୍ କରିଛନ୍ତି

LEAVE A REPLY

Please enter your comment!
Please enter your name here