ବଙ୍ଗୋପସାଗରରେ ଦାନା ବାନ୍ଧିବ ଆଉ ଏକ ଲଘୁଚାପ

0
329
moonsoon-soo-late-in-odisha

ଭୁବନେଶ୍ୱର: ବାତ୍ୟା ଅସାନି ଯାଇଛି । ଓଡ଼ିଶାରେ ବେଶୀ କିଛି ପ୍ରଭାବ ପକାଇନି । ଏବେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଆସନ୍ତା ସପ୍ତାହରେ ସୃଷ୍ଟି ହୋଇପାରେ ଲଘୁଚାପ । ମାର୍ଚ୍ଚ ୧୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ଦିନେ ଦୁଇ ଦିନ ଭିତରେ ଏକ ସିଷ୍ଟମ ପ୍ରବେଶ କରିପାରେ । ଏହା ଘନଭୂତ ହୋଇ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ତାପରେ ତାର ରୂପରେଖ ଓ ପ୍ରଭାବ ନେଇ ଆକଳନ କରାଯାଇପାରିବ । ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୨୪ ଗଣ୍ଟାରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଛୁଇଁବ । ଆଗକୁ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ମୌସୁମୀ ବାୟୁ ସକ୍ରିୟ ହେବା ଆଶା କରାଯାଉଛି ।

Also Read  ରାଜ୍ୟରେ ପୁଣି ୨୧ ଆକ୍ରାନ୍ତଙ୍କ ମୃତ୍ୟୁ : ଦୈନିକ ସଂକ୍ରମଣ ୧୪୮୦ ଚିହ୍ନଟ

LEAVE A REPLY

Please enter your comment!
Please enter your name here