ଭାରତର ୨୫ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜୀବ କୁମାର

0
419
Rajiv Kumar Appointed As The Next Chief Election Commissioner
Rajiv Kumar Appointed As The Next Chief Election Commissioner

ନୂଆଦିଲ୍ଲୀ: ଭାରତର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜୀବ କୁମାର। ରାଜୀବ କୁମାର ଆଜି ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନଠାରେ ଭାରତର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜୀବ କୁମାର ୧ ସେପ୍ଟେମ୍ବର, ୨୦୨୦ରୁ ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ରେ ନିର୍ବାଚନ କମିଶନର ଭାବରେ କାର୍ଯ୍ୟ କରି ଆସୁଛନ୍ତି ।

ନିର୍ବାଚନ କମିଶନର ଭାବରେ ତାଙ୍କର କାର୍ଯ୍ୟକାଳ ସମୟରେ, ୨୦୨୦ରେ ବିହାର ରାଜ୍ୟ ବିଧାନସଭା ନିର୍ବାଚନ, କୋଭିଡର ସମସ୍ୟା ଭିତରେ ମାର୍ଚ୍ଚ-ଏପ୍ରିଲ୍ ୨୦୨୧ରେ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ, ପଶ୍ଚିମବଙ୍ଗ ରାଜ୍ୟରେ ନିର୍ବାଚନ ଏବଂ ଏବେ ୨୦୨୨ର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋଆ, ମଣିପୁର, ପଞ୍ଜାବ, ଉତରାଖଣ୍ଡ, ଉତ୍ତରପ୍ରଦେଶରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଛି ।

ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜୀବ କୁମାର କହିଛନ୍ତି ଯେ, ଭାରତୀୟ ସମ୍ବିଧାନ, ଯାହା ଆମ ଗଣତନ୍ତ୍ରକୁ ମଜବୁତ କରିଥାଏ, ତାହା ଦ୍ୱାରା ଉପହାର ଭାବରେ ଦିଆଯାଇଥିବା ଉତ୍ତମ ସଂସ୍ଥାଗୁଡିକ ମଧ୍ୟରୁ ଗୋଟିଏର ନେତୃତ୍ୱ ନେବା ପାଇଁ ଦାୟିତ୍ୱ ଦିଆ ଯାଇଥିବାରୁ ମୁଁ ଗୌରବାନ୍ୱିତ ଅନୁଭବ କରୁଛି । ସେ କହିଥିଲେ ଯେ, ଗତ ସତୁରି ବର୍ଷ ମଧ୍ୟରେ ଆମ ଦେଶର ନାଗରିକମାନଙ୍କୁ ସ୍ୱତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନ ସୁବିଧା ଦେବା ପାଇଁ ମତଦାତାମାନଙ୍କର ତାଲିକାର ଶୁଦ୍ଧତାକୁ ସୁନିଶ୍ଚିତ କରିବା ପାଇଁ, ଭ୍ରଷ୍ଟାଚାରକୁ ରୋକିବା ପାଇଁ ଏବଂ ଆମର ନିର୍ବାଚନର ଗୁଣବତ୍ତାକୁ ବୃଦ୍ଧି କରିବା ନିମନ୍ତେ କମିଶନ ଦ୍ୱାରା ବହୁତ କିଛି କରାଯାଇଛି ।

ସେ ଆହୁରି ମଧ୍ୟ କହିଥିଲେ ଯେ, “କମିଶନ ସମ୍ବିଧାନ ନିୟମ ଅନୁସାରେ କୌଣସି ବି ବୃହତ ସଂସ୍କାର ଆଣିବା ନିମନ୍ତେ ପରାମର୍ଶ ଏବଂ ସର୍ବସମ୍ମତି ଭିତିରେ ସମୟ – ପରୀକ୍ଷଣ ଏବଂ ଲୋକତାନ୍ତ୍ରିକ ମାଧ୍ୟମଗୁଡିକର ପାଳନ କରିବ, ଭାରତୀୟ ନିର୍ବାଚନ କମିଶନ (ଇସିଆଇ) କଡା ପଦକ୍ଷେପ ନେବା କ୍ଷେତ୍ରରେ ପଛଘୁଞ୍ଚା ଦେବ ନାହିଁ ।” ଏହା ସହ ଉନ୍ନତ ନିର୍ବାଚନ ପରିଚାଳନା ଏବଂ ସଂଚାଳନ ନିମନ୍ତେ ପାରଦର୍ଶିତା ଆଣିବା ଏବଂ ମତଦାତା ସେବାଗୁଡିକୁ ସହଜ କରିବା ନିମନ୍ତେ ପ୍ରକ୍ରିୟାଗୁଡିକୁ ଏବଂ ପ୍ରଥାଗୁଡିକୁ ସରଳୀକରଣ କରିବା ନିମନ୍ତେ ପ୍ରଯୁକ୍ତିକୁ ଭବିଷ୍ୟତରେ ପ୍ରମୁଖ ସାଧନ କରାଯିବ।

Also Read  ଚିନା ମାଟି ଖନନକୁ ବିରୋଧ କରିବାରୁ ପୁଲିସକୁ ମରଣାନ୍ତକ ଆକ୍ରମଣ; ଦୁଇ ଅଟକ

LEAVE A REPLY

Please enter your comment!
Please enter your name here